ପରଧିଆପାଲି ଗାଁରେ ଗାଧୁଆ ତୁଠ ନିର୍ମାଣରେ ଅନିୟମିତତା ଅଭିଯୋଗ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଝାରମୁଣ୍ଡା ପଞ୍ଚାୟତର ପରଧିଆପାଲି ଗ୍ରାମରେ ଗାଧୁଆ ତୁଠ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ କାର୍ଯ୍ୟରମ୍ଭ ପୂର୍ବରୁ ଜନସାଧାରଣଙ୍କ ଅବଗତି ପାଇଁ ସୂଚନା ଫଳକ ଲଗାଇବାର ନିୟମ ରହିଥିଲେ ହେଁ ଏଠାରେ ତାହାର ଖୋଲାଖୋଲି ଉଲଂଘନ କରାଯାଇ ବିନା ସୂଚନା ଫଳକରେ କାମ କରାଯାଉଛି । ମେଟାଲ କଂକ୍ରିଟରେ ପାହାଚ ତିଆରି କରାଯିବା ବଦଳରେ ପଥର ଯୋଡ଼େଇ କରାଯାଇ ପାହାଚ ନିର୍ମାଣ ଚାଲିଛି । ବିନା ଲେ ଆଉଟରେ କାମ ଚାଲିଥିବା ବେଳେ ଏହି କାମର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ନେଇ ଦାୟିତ୍ୱରେ ଥିବା ଯନ୍ତ୍ରୀ ଯୁଧିଷ୍ଠିର ଦେହୁରୀଙ୍କୁ ପଚାରିବାରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ । ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟିଦେବାକୁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି ।

Leave A Reply

Your email address will not be published.

eighteen + 12 =