ଟିଟିଲାଗଡ଼ : ଟିଟିଲାଗଡ଼ ସ୍ଥିତ ମାହେଶ୍ୱରୀ ଜି.ଏନ୍.ଏମ୍. ନର୍ସିଂ କଲେଜ ପରିସରରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ସୁସ୍ଥ ନାରୀ ଓ ସଶକ୍ତ ପରିବାର ଏକ ସଚେତନତା କାର୍ଯ୍ୟକ୍ରମ ମାହେଶ୍ୱରୀ ଜି.ଏନ୍.ଏମ୍ କଲେଜର ନିର୍ଦ୍ଦେଶକ ଇ. ପ୍ରଦୀପ୍ତ କୁମାର ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଟିଟିଲାଗଡ଼ ନାରୀ ଶକ୍ତି ସଂଗଠନର ସଭାପତି ଅଞ୍ଜଳି ବେହେରା ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଅନୁଷ୍ଠାନର ଉପଦେଷ୍ଟା ଡ. ସିଦ୍ଧେଶ୍ୱର ମିଶ୍ର, ସମ୍ମାନୀତ ଅତିଥି ଭାବରେ ଗୀତାଞ୍ଜଳି ଦାସ ଓ ଜିଲ୍ଲା ସାମ୍ବାଦିକ ସଙ୍ଘର ସଭାପତି ଶିବ ପ୍ରସାଦ ପରିଡା ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଆଜିର ସମାଜରେ ନାରୀ କିଭଳି ଭାବରେ ସଶକ୍ତ ହେଲେ ନିଜର ପରିବାର ଆଗକୁ ଯାଇ ପାରିବ ତାରି ଉପରେ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ପିଙ୍କୁ ସାହୁ ପରିଚଳନା କରିଥିବା ବେଳେ ମାହେଶ୍ୱରୀ ଆଇ.ଟି.ଆଇ.ର ଅଧ୍ୟକ୍ଷ ଇଂ. ଦେବବ୍ରତ ଛତର ମଞ୍ଚାସିନ ଥିଲେ । ସଭାରେ ଅଞ୍ଚଳର ଶତାଧିକ ମହିଳା ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଆଶାଲତା ଭୋଇ, ପ୍ରୀତମ ନାଗ, ଗଜରା ରାଣୀ ସେଠ୍, ଅନୁପ ଭୋଇ, ଗୋବିନ୍ଦ ସାହୁ, ଅନିଲ ବେହେରା, ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ସହଯୋଗ କରିଥିଲେ । ସଭା ଶେଷରେ ଅନୁଷ୍ଠାନର ଅଧ୍ୟାପିକା ଗ୍ଲୋରି ଲୁହାର ଧନ୍ୟବାଦ ଦେଇଥିଲେ ।
Prev Post