ବଙ୍ଗୋମୁଣ୍ଡା ପଂଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଂଚାୟତର ସଭାଗୃହ ଠାରେ ଆଜି ବଙ୍ଗୋମୁଣ୍ଡା ପଂଚାୟତର କାର୍ଯ୍ୟରତ କାର୍ଯ୍ୟନିର୍ବାହି ଅଧିକାରୀ ପରମେଶ୍ୱର ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ସରପଂଚ ସୁଶାନ୍ତ କୁମାର ଯୋଶୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଅବସର ଗ୍ରହଣ କରିଥିବା ବଙ୍ଗୋମୁଣ୍ଡା ପଂଚାୟତର କାର୍ଯ୍ୟନିର୍ବାହି ଅଧିକାରୀ ପରମେଶ୍ୱର ସାହୁଙ୍କୁ ଉପଢୌକନ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଏଥିରେ ନୂତନ ଭାବେ ଯୋଗଦେଇ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧିର ଚନ୍ଦ୍ର ଠାକୁରଙ୍କୁ ମଧ୍ୟ ସ୍ୱାଗତ କରାଯାଇଥିଲା । ଏଥିରେ ପଂଚାୟତ ଗ୍ରାମ ରୋଜଗାର ସେବକ ଚୁଲେଶ୍ୱର ପୁଟେଲ, ଯୋଗାଣ ସହାୟକ ଡୋଲାମଣୀ ସୁନା, ଜିଓଟେଗ୍‌ ମଣ୍ଟୁ ପାତ୍ର, ପିଅନ ସତ୍ୟନାରାୟଣ ପଶାୟତ, ମେହେନ୍ତର ରାଜକୁମାର ସୁନାଙ୍କ ସମେତ ପଂଚାୟତର ସମସ୍ତ ୱାର୍ଡର ୱାର୍ଡମେମ୍ବରମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.

five × one =