ପୂଜ୍ୟପୂଜା ସେବା ସଂଗଠନର ଶୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଦ୍ୟ ଅପରାହ୍ନରେ ଟିକ୍ରାପଡା ଦଧିବାମନ ମନ୍ଦିରଠାରେ ଡା. ଅଶୋକ କୁମାର ସେଠୀଙ୍କ ସଭାପତିତ୍ୱରେ ଏକ ଶୋକ ସଭାରେ ଖ୍ୟାତିନାମ ଅଭିନେତା ନାଟ୍ୟକାର ଅଟଳ ବିହାରୀ ପଣ୍ଡା ଓ ସାରସ୍ୱତ ସାଧକ ଆଦର୍ଶ ଶିକ୍ଷକ ଆଧ୍ୟାମିକ ପୁରୁଷ ଚୈତନ୍ୟ ଦାସ ଠାକୁରଙ୍କ ବିୟୋଗରେ ଅନୁଷ୍ଠାନ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ଏହି ସଭାରେ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଅଚ୍ୟୁତାନନ୍ଦ ଉଦ୍‌ଗାତା, କପିଳ ପତି, ରତ୍ନମୟ ତ୍ରିପାଠୀ, ଚୂଡେନ୍ଦ୍ର କୁମାର ବେହେରା, ଅରୁଣ ଖୁଆସ, ସୁନାଧର ବନଛୋର, ଧର୍ମବ୍ରତ ରଥ, ଦୁର୍ଗା ସାହୁ, କସ୍ତୁରୀ ରଥ, ମାଳତୀ ଉଦ୍‌ଗାତା ଓ ମଦନ ମୋହନ ରଥ ପ୍ରମୁଖ ନିଜନିଜ ବ୍ୟକ୍ତବ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ସଭାରେ କିଛି ସଭ୍ୟ ଫୋନ ଯୋଗେ ମତାମତ ପୋଷଣ କରିଥିଲେ । କୋଭିଡ୍‌ କଟକଣା ସମ୍ପୁର୍ଣ୍ଣ ଧ୍ୟାନ ଦିଆଯାଇଥିଲା ।

Leave A Reply

Your email address will not be published.

5 + two =