ମୃତକଙ୍କ ପରିବାରକୁ ଜୀବନ ବୀମା ନିଗମ ତରଫରୁ ବୀମା ରାଶି ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଜାମଖୁଣ୍ଟା ଗାଁର ଅକ୍ଷୟ କୁମାର ତାଣ୍ଡି ଗତ ୨୦୨୦ ମସିହାର ଅଗଷ୍ଟ ମାସର ୯ ତାରିଖରେ ସେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ସେ ଭାରତୀୟ ଜୀବନ ବୀମା ନିଗମ ଟିଟିଲାଗଡ ଶାଖାରେ ଏକ ବୀମା ପଲିସି କରିଥିଲେ । ତେଣୁ ତାଙ୍କର ମୃତ୍ୟୁ ହେତୁ ନୋମିନୀ ତଥା ସ୍ତ୍ରୀ ସଙ୍ଗିତା ତାଣ୍ଡିଙ୍କୁ ୨ ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ କରାଯାଇଛି । ଏଜେଣ୍ଟ ଜଗଦା ତାଣ୍ଡି ବୀମା ରାଶି ପାଇବା ପାଇଁ ଆବଶ୍ୟକ ସହାୟତା କରିଥିଲେ । ବର୍ତ୍ତମାନ କୋଭିଡ ଭଲି ମହାମାରୀ ବ୍ୟାପି ଥିଲେ ମଧ୍ୟ ଜୀବନ ବୀମା ନିଗମ ନୂତନ ବୀମା ପଲିସି ବିକ୍ରୟ କରି ଚାଲିଛି । ମୃତ୍ୟୁ କ୍ଷେତ୍ରରେ ମଧ୍ୟ ବୀମା ରାଶି ପ୍ରଦାନ କରିଚାଲିଛି । ଏଣୁ ଜନସାଧାରଣ ଖାଦ୍ୟ ଓ ସ୍ୱାସ୍ଥ୍ୟ ପରେ ବର୍ତ୍ତମାନ ବୀମା ପ୍ରତି ଆଗ୍ରହ ଦେଖାଇବା ଏକ ଉଚିତ ପଦକ୍ଷେପ ଅଟେ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.

five + nineteen =