କୋଭିଡ୍ ପରୀକ୍ଷା ନେଇ ଦୁଃଖ : ୩ ଘଂଟା କାଳ ହସ୍ପିଟାଲ ବାରଣ୍ଡାରେ ଗର୍ଭବତୀ ପଡ଼ି ରହିଲେ

ଝାରସୁଗୁଡ଼ା : ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ କୋଭିଡ୍ ପରୀକ୍ଷା ଆଳରେ ଗୁରୁତର ରୋଗୀଙ୍କୁ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି । ତିନି ଘଂଟା ଧରି ହସ୍ପିଟାଲ ବାରଣ୍ଡାରେ ଛଟପଟ ହୋଇଛ‌ନ୍ତି ଜଣେ ଗର୍ଭବତୀ ମହିଳା । ସୂଚନା ଅନୁସାରେ ସ୍ଥାନୀୟ ବନ୍ଧବାହାଲ ଅଂଚଳର ପ୍ରୀତି କୁମ୍ଭାର ନା‌ମ୍ନୀ ଜଣେ ଗର୍ଭବତୀଙ୍କୁ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ହସ୍ପିଟାଲକୁ ଆଣିଥିଲେ । ମହିଳା ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କ ଅବସ୍ଥା ଉଦବେଗଜନକ ମଧ୍ୟ ରହିଥିଲା ବୋଲି ପରିବାର ଲୋକେ କହିଛନ୍ତି । ହେଲେ ହସ୍ପିଟାଲ କର୍ମଚାରୀମାନେ ମହିଳାଙ୍କ କୋଭିଡ ରିପୋର୍ଟ ନେଗେଟିଭ୍‌ ନହେେ ହସ୍ପିଟାଲ ଭିତରକୁ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି କହିଥିଲେ । ସବୁଠାରୁ ଦୁଃଖର ବିଷୟ ଯେ, ସେହି ସମୟରେ କରୋନା ଟେଷ୍ଟ ପାଇଁ କର୍ମଚାରୀ ମଧ୍ୟ ନଥିଲେ । ଏହା ଫଳରେ ଗର୍ଭବତୀ ମହିଳା ଜଣକ ତିନି ଘଂଟା ଧରି ବାରଣ୍ଡାରେ ପଡ଼ି ରହିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ଚିକି‌ତ୍ସା ପାଇଁ ଆସିଥିବା ଜଣେ ଗର୍ଭବତୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ପୂରେଇ ନଦେବା ଘଟଣାକୁ ସାଧାରଣରେ ଦୃଢ ନିନ୍ଦା କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.