ରାଜ୍ୟରେ ଖସୁଛି କ୍ରମାଗତ ଭାବେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ଓଡ଼ିଶାରେ ୧୬୯୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୧୬୯୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୯୮୬ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୭୦୯ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୮୩, ବାଲେଶ୍ୱରରୁ ୧୨୮, ବରଗଡ଼ରୁ ୫୬, ଭଦ୍ରକରୁ ୩୫, ବଲାଙ୍ଗିରରୁ ୬୫, ବୌଦ୍ଧରୁ ୧୧, କଟକରୁ ୧୦୩, ଦେବଗଡ଼ରୁ ୧୧, ଢେଙ୍କାନାଳରୁ ୨୩, ଗଜପତିରୁ ୭, ଗଂଜାମରୁ ୪୫, ଜଗତସିଂହପୁରରୁ ୭୭, ଯାଜପୁରରୁ ୫୭, ଝାରସୁଗୁଡ଼ାରୁ ୪୫, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୩୪, କେନ୍ଦ୍ରାପଡ଼ାରୁ ୪୨, କେଉଁଝରରୁ ୭୩, ଖୋର୍ଦ୍ଧାରୁ ୧୮୩, କୋରାପୁଟରୁ ୪୫, ମାଲକାନଗିରିରୁ ୩୭, ମୟୁରଭଂଜରୁ ୪୫, ନବରଙ୍ଗପୁରରୁ ୫୧, ନୟାଗଡ଼ରୁ ୩୨, ନୂଆପଡ଼ାରୁ ୯୨, ପୁରୀରୁ ୫୧, ରାୟଗଡ଼ାରୁ ୧୭, ସମ୍ବଲପୁରରୁ ୪୨, ସୋନପୁରରୁ ୨୪, ସୁନ୍ଦରଗଡ଼ରୁ ୧୧୦, ଷ୍ଟେଟ୍‌ ପୁଲ୍‌ ୩୫ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି ।

ରାଜ୍ୟରେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ କମିବାରେ ଲାଗିଛି । ଏବେ ମାତ୍ର ୧୮୮୮୨ ଜଣ ଏକ୍‌ଟିଭ୍‌ ଆକ୍ରାନ୍ତ ରହିଥିବା ସୂଚନାରେ କୁହାଯାଇଛି । ରାଜ୍ୟରେ ଆଜି ପର୍ଯ୍ୟନ୍ତ ସମୁଦାୟ ୨୭୯୫୮୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨୫୯୪୧୮ ଜଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.