ଛୁରାମାଡ଼ରେ ଯୁବକଙ୍କ ମୃତ୍ୟୁ : ଆକ୍ରମଣକାରୀ ଫେରାର୍‌

ଦିଗପହଣ୍ଡି : ଛୁରାମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅଧୀନସ୍ଥ ବନ୍ଥପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ମୃତକ ବଚନ ସ୍ୱାଇଁ ନାମରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଥିବା କୁହାଯାଇଛି । ତେବେ ଆଜି ସକାଳେ କୁକୁଡ଼ାଖଣ୍ଡି ବ୍ଲକ୍ ଅନ୍ତର୍ଗତ ବନ୍ଥପଲ୍ଲୀ ଗ୍ରାମରେ ଅନ୍ୟ ଜଣେ ଯୁବକଙ୍କ ସହ ବଚନ ସ୍ୱାଇଁଙ୍କର ପାଟିତୁ‌ଣ୍ଡ ହୋଇଥିଲା ଓ ଏହା ପରେ ପରେ ବଚନଙ୍କୁ ଛୁରାମାଡ଼ ହୋଇଥିଲା । ବ୍ରହ୍ମପୁରର ଏମକେସିଜି ମେଡିକାଲକୁ ଗୁରୁତର ବଚନଙ୍କୁ ଅଣାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା କୁହାଯାଇଛି । ବଚନଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତି ଫେରାର୍‌ ହୋଇ ଯାଇଥିବା ଆଲୋଚନା ହେଉଛି ।

Leave A Reply

Your email address will not be published.