ମନୋବିଜ୍ଞାନ ସମ୍ମାନରେ ସୃଷ୍ଟି ତୃତୀୟ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ସୃଷ୍ଟି ପଢିଆରୀ ଚଳିତ ବର୍ଷ ଯୁକ୍ତ ୩ ଡିଗ୍ରୀ ପାଠ୍ୟକ୍ରମରେ ମନୋବିଜ୍ଞାନ ସମ୍ମାନରେ ମହାବିଦ୍ୟାଳୟରେ ତୃତୀୟ ଓ ପଶ୍ଚିମ ଓଡିଶାରେ ଅଷ୍ଟମ ସ୍ଥାନ ରଖିଛନ୍ତି । ୭.୬୧ ପ୍ରତିଶତ ସିଜିପିଏ ରଖି ଏହି ସଫଳତା ହାସଲ୍‌ କରିଛନ୍ତି ସୃଷ୍ଟି । ବଲାଙ୍ଗିର ଟାଉନ୍ ବାଳିକା ହାଇସ୍କୁଲରେ ମାଟ୍ରିକ ପରେ ଯୁକ୍ତ ଦୁଇ ପାସ କରି ସୃଷ୍ଟି ମହିଳା ମହାବିଦ୍ୟାଳୟରେ ଯୁକ୍ତ ୩ରେ ମନୋବିଜ୍ଞାନ ସମ୍ମାନରେ ନାମ ଲେଖାଇଥିଲେ । ମନୋବିଜ୍ଞାନରେ ସ୍ନାତକୋତ୍ତର କରିବା ପାଇଁ ସେ ପ୍ରବେଶିକା ପରୀକ୍ଷା ଦେଇଥିବା କହିଛନ୍ତି । ତେବେ ଭବିଷ୍ୟତରେ ସେ ଜଣେ ଅଧ୍ୟାପିକା ହେବା ସଂଗେ ସଂଗେ ଶିକ୍ଷାର ଉନ୍ନତି ପାଇଁ କାମ କରିବେ ବୋଲି ସେ କହିଛନ୍ତି । ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ନିଜ ସଫଳତା ପାଇଁ ସୃଷ୍ଟି ତାଙ୍କ ପରିବାର ଓ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ଶ୍ରେୟ ଦେଇଛନ୍ତି ।

Leave A Reply

Your email address will not be published.