ବିନା ଭକ୍ତରେ ପୂଜା ପାଉଛନ୍ତି ଘୁନସର ଗ୍ରାମରେ ମା’ ଦୁର୍ଗା : ଖାଁ ଖାଁ ପୂଜା ମଣ୍ଡପ, ଗାଁ ଠୁ ସହର

ସଇଁନ୍ତଲା, (ଅଜିତ କୁମାର ସାହୁ) : ଧରାପୃଷ୍ଠରେ ଅବତରଣ କରିଛନ୍ତି ଶକ୍ତି ସ୍ୱରୂପିଣୀ ମା’ ଦୁର୍ଗା । ବିଧି ଅନୁସାରେ ମା’ଙ୍କୁ କରାଯାଇଛି ପୂଜାଅଚ୍‌ର୍ଚ୍ଚନା । ହେଲେ କରୋନା କଟକଣା ପାଇଁ ସବୁଠି ଖାଁ ଖାଁ । ଭଳିକି ଭଳି ଆଲୁଅରେ ଝଲସୁନି ରାସ୍ତାଘାଟ କି ଦେଖିବାକୁ ମିଳୁନି ନବଶ୍ଚୁମ୍‌ମ୍ବୀ ତୋରଣ । କଟକଣା ପାଇଁ ମଣ୍ଡପ ନିକଟକୁ ଭକ୍ତଙ୍କୁ ମନା କରାଯାଇଛି । ସୀମିତ ଭକ୍ତ ଓ ପୁରୋହିତଙ୍କୁ ନେଇ ଅନୁଷ୍ଠିତ ହେଉଛି ପୂଜା । ଘରେ ରହି ମାଆଙ୍କୁ ଆରାଧନା କରୁଛନ୍ତି ଭକ୍ତ । ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘୁନସର ଗ୍ରାମରେ ପୂଜା ଚଳିତ ବର୍ଷ ୩୮ତମ ବର୍ଷରେ ପଦାର୍ପଣ କରିଛି । ଚଳିତ ବର୍ଷ ପୂଜାରେ କର୍ତ୍ତା ଭାବେ ବିକାଶ ବେହେରା ଓ ଧର୍ମପତ୍ନୀ ଝରଣା ବେହେରା ଥିବାବେଳେ ମୁଖ୍ୟ ପୂଜକ ଭାବରେ ଗବର୍ଦ୍ଧନ ତ୍ରିପାଠୀ ଓ ସହ ପୂଜକ ହେମନ୍ତ ଷଡ଼ଙ୍ଗୀ ସହଯୋଗ କରୁଛନ୍ତି । ପୂଜା କମିଟିର ସଭାପତି ସନ୍ତୋଷ ବେହେରା, ସହ- ସଭାପତି ବିମଳ ବେହେରା ଓ ସମ୍ପାଦକ ଚମ୍ପୁଲାଳ ରଣା ଚଳିତ ବର୍ଷ ସରକାରଙ୍କ ସମସ୍ତ ନିର୍ଦେଶ ଅନୁସାରେ ପୂଜାବିଧି ହେଉଥିବା ସୂଚୀତ କରିଛନ୍ତି । ମା’ ଜଗତ୍‌ଜନନୀଙ୍କ ଦର୍ଶନରୁ ବଂଚିତ ହୋଇଛ‌ନ୍ତି ଭକ୍ତମାନେ ଓ ପ୍ରାର୍ଥନା କରିଛନ୍ତି ଏହି ମହାମାରୀରୁ ସଂସାରବାସୀଙ୍କୁ ଉଦ୍ଧାର କରିବା ପାଇଁ । ତେବେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅନୁପସ୍ଥିତିରେ ପୂଜା ପାଉଛନ୍ତି ମା’ ଜଗତ୍‌ ଜନନୀ । ଯାହା ଫଳରେ ସବୁ ଦେବୀ ପୀଠ ଗୁଡିକରେ ଖାଁ ଖାଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଭକ୍ତି ଭାବରେବନ୍ଧା ଭକ୍ତ ସମୂହ ଏହି ପର୍ବକୁ କଟକଣା ସହ ପାଳନ କରୁଛ‌ନ୍ତି ।

Leave A Reply

Your email address will not be published.