ଲଦ୍ଦାଖ ପାଖରେ ଚୀନ୍‌ ସେନାର ସମରାଭ୍ୟାସର ଅସଲ୍‌ କଥା ଜଣାପଡ଼ିଲା : କେବଳ ଫଟୋ ଉଠାଉଛନ୍ତି ଚୀନ୍‌ ସୈନିକ

ପେଇଚିଂ : ଲଦ୍ଦାଖରେ ଭାରତୀୟ ସୀମା ନିକଟରେ ସମରାଭ୍ୟାସର ଫଟୋ ଏବଂ ଭିଡ଼ିଓ ସେଆର୍‌ କରି ମାନସିକ ଚାପ ସୃଷ୍ଟି କରିବାର ପ୍ରଚେଷ୍ଟା ରଖିଥିବା ଚୀନ୍‌ର କୁପ୍ରଚାରର ଅସଲ୍‌ କଥା ଜଣା ପଡ଼ିଯାଇଛି । ଚୀନ୍‌ର ସରକାରୀ ଟିଭି ଚେନାଲ୍‌ ସିଟିଟିଭି ତିବ୍‌ବତ୍‌ ଅଂଚଳରେ ୪୭୦୦ ମିଟର ଉଚ୍ଚରେ ଚୀନ୍‌ ସେନାର ସମରାଭ୍ୟାସର ଫଟୋ ସେଆର୍‌ କରି ନିଜେ ହିଁ ମୁସ୍‌କିଲ୍‌ ଭାବେ ଫଶି ଯାଇଛି । ଏବେ ଚୀନ୍‌ ସେନାର ଏଇ ଫଟୋ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜୋର୍‌ ଧରିଛି । ସୂଚନାଯୋଗ୍ୟ ଯେ, ଚୀନ୍‌ର ସରକାରୀ ଟିଭି ଚେନାଲ୍‌ ସିସିଟିଭି ଯେଉଁ ଫଟୋ ସେଆର୍‌ କରିଛି, ସେଥିରେ ଦେଖାଯାଇଛି ଯେ, ଚୀନ୍‌ ସୈନିକ ଗୁଳି ଚଳାଇବା ପାଇଁ ଲକ୍ଷ୍ୟ ପ୍ରସ୍ତୁତି କରୁଛନ୍ତି । ଏଥିରେ ସୈନିକ ରାଇଫଲ୍‌ରେ ଲାଗିଥିବା ପେରିସ୍କୋପ୍‌ ମାଧ୍ୟମରେ ଦେଖି ଲକ୍ଷ୍ୟ ଧାର୍ୟ୍ୟ କରୁଛନ୍ତି । ଏହି ଫଟୋ ଉତ୍ତୋଳନ କରିବାରେ ଚୀନ୍‌ କୁପ୍ରଚାର ତନ୍ତ୍ର ଦ୍ୱାରା ହୋଇଥିବା ଭୁଲ୍‌ ଧରା ପଡ଼ିଯାଇଛି ଯେ, ଅସଲ୍‌ରେ ଚୀନ୍‌ ସୈନିକ କେବଳ ଫଟୋ ଉଠେଇବା ପାଇଁ ଏଭଳି ସମରାଭ୍ୟାସର ଏକ୍‌ଟିଂ କରୁଛନ୍ତି ।

Leave A Reply

Your email address will not be published.