ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ସମାପ୍ତ

ଭବାନୀପାଟଣା : ଆଜି ଭୋର୍‌ରେ କଳାହାଣ୍ଡି ଜିଲ୍ଲାର ସୁପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଆରମ୍ଭ ହୋଇ ଇତିମଧ୍ୟରେ ସମ୍ପନ୍ନ ହୋଇ ସାରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗୁପ୍ତ ପୂଜା ପରେ ଭବାନୀପାଟଣାର ଜେନାଖୋଲରେ ସକାଳ ୫ଟା ୨୫ ମିନିଟ୍‌ ବେଳେ ଛତର ଯାତ୍ରା ଆରମ୍ଭ ହୋଇଥିଲା । ପ୍ରଶାସନର ନିଦେ୍‌ର୍ଦ୍ଦଶ ଅନୁସାରେ ବିନା ଭକ୍ତରେ ସହର ପରିକ୍ରମା କରିବା ପରେ ଛତରକୁ ମାଣିକେଶ୍ୱରୀ ମନ୍ଦିରରେ ରାଜା ଅନନ୍ତ ପ୍ରତାପ ଦେବ ପ୍ରାୟ ୬ଟା ୧୫ ମିନିଟ୍ ସମୟରେ ଗ୍ରହଣ କରିଥିଲେ । ଏହି ଯାତ୍ରାରେ କେବଳ ମନ୍ଦିରର ପୂଜକ ଓ ସେବାୟତମାନେ ଅଂଶଗ୍ରହଣ କରିଥିବା କୁହାଯାଇଛି । ତେବେ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା ।

Leave A Reply

Your email address will not be published.