pakka

+୨ ପ୍ରଥମ ବର୍ଷ ପତ୍ର ବିନିମୟ ପାଠ୍ୟକ୍ରମ ନାମଲେଖା ୩୧ ଯାଏଁ ବଢ଼ିଲା

bbehera

ଭୁବନେଶ୍ୱର, (ସୁଶାନ୍ତ ସାହୁ) : +୨ ପ୍ରଥମ ବର୍ଷ ପତ୍ର ବିନିମୟ ପାଠ୍ୟକ୍ରମ ନାମଲେଖା ଅବଧି ୩୧ ଯାଏଁ ବୃଦ୍ଧି କରାଯାଇଥିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁଯାୟୀ +୨ ପ୍ରଥମ ବର୍ଷ ପତ୍ର ବିନିମୟ କଳା ଓ ବାଣିଜ୍ୟ ପାଠ୍ୟକ୍ରମରେ ନାମଲେଖା ପାଇଁ ଚଳିତ ମାସ ୧୫ରୁ ୩୧ ମଧ୍ୟରେ ଆବେଦନ କରିପାରିବେ । ଆସନ୍ତା ୧୫ ତାରିଖ ପୂର୍ବାହ୍ନ ୧୧ଟାରୁ ସାମ୍ସ ୱେବ୍‌ସାଇଟ୍‌କୁ ଯାଇ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ ଜରିଆରେ ଆବେଦନ କରିପାରିବାକୁ ଥିବା ବେଳେ ଚଳିତ ମାସ ୩୧ ଯାଏଁ ତାରିଖ ନାମଲେଖାର ଅନ୍ତିମ ତାରିଖ ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.

20 − 3 =