ମିଶ୍ରଣ ପର୍ବରେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡିରେ ସାମିଲ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରୁ ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତ୍ତୃତ୍ୱରେ ବହୁ କଂଗ୍ରେସ ଓ ବିଜେପି ଦଳର ନେତା ଓ କର୍ମୀ ଆଜି ବିଜେଡିରେ ଯୋଗଦେଇଛନ୍ତି । ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବହୁ ପୂର୍ବତନ ଓ ବର୍ତ୍ତମାନର ପଦବୀରେ ଥିବା ନେତା ଯଥା ସରପଞ୍ଚ, ସମିତିସଭ୍ୟ, ୱାର୍ଡ ମେମ୍ବର, ବ୍ଳକ୍ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ପ୍ରାର୍ଥୀ ଏବଂ ବହୁ ପ୍ରତିଷ୍ଠିତ ନେତା ତଥା ଶତାଧିକ କର୍ମୀମାନେ ବିଜେଡିରେ ସାମିଲ ହୋଇଥିବା ବିଷୟରେ ଦଳୀୟ ମୁଖପାତ୍ର ଗଣମାଧ୍ୟମକୁ ଜଣାଇଛନ୍ତି । ବିଜେପି ଦଳରୁ ଅଣଦେଖାର ଶିକାର ହୋଇଥିବା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ପ୍ରତିନିଧି ପି.ଧର୍ମା ରେଡ୍ଡୀ, ବରିଷ୍ଟ ଆଇନଜୀବୀ ତଥା ଜଣେ ବରେଣ୍ୟ କବି ବ୍ରଜମୋହନ ଆଚାର୍ଯ୍ୟ, ଛତ୍ରପୁର ଜୋନ-୧୯ର ପୂର୍ବତନ ଜିଲ୍ଲାପରିଷଦ ପ୍ରାର୍ଥୀ ଆର.ନମିତା ରେଡ୍ଡୀ, ଛତ୍ରପୁର ବ୍ଳକ୍ କଣମଣା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ବିଜୟ ଲକ୍ଷ୍ମୀ ବେହେରା, ଟି.ବାବୁରାଓ, ବାଦଲକୁମାର ବେହେରା, କଣମଣା ୱାର୍ଡ ମେମ୍ବର ଜି. ପୁଷ୍ପା ରେଡ୍ଡୀ, ପୂର୍ବତନ ୱାର୍ଡ ମେମ୍ବର ଏନ୍.ଗଣେଶ ରେଡ୍ଡୀ ପ୍ରମୁଖ ବହୁ ନେତା କର୍ମୀ ସାମିଲ ହୋଇଥିବା ନେଇ ବିଜେଡି ମହଲରେ ଆନନ୍ଦର ଲହରୀ ଦେଖା ଦେଇଥିବା ବେଳେ ଅଣରାଜନୈତିକ ଏବଂ ଅନ୍ୟ ଦଳୀୟବର୍ଗରେ ବିସ୍ମିତ କରିଥିବା ଜଣାଯାଇଛି । ରାଜଧାନୀ ଭୁବନେଶ୍ୱରର ଦଳୀୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ବିଶାଳ ମିଶ୍ରଣ ପର୍ବରେ ଛତ୍ରପୁରର ରାଜନୈତିର ଗାଥା ଏକ ଅନନ୍ୟ ଚର୍ଚ୍ଚାର ବିଷୟ ହୋଇଥିବା ଜଣାଯାଇଛି ।

Leave A Reply

Your email address will not be published.

three × two =