pakka

ଶୈଳଶ୍ରୀ ପ୍ୟାଲେସ୍‌ ଠାରେ ଅନୁଷ୍ଠିତ ବିଜେପି ମହିଳା ମୋର୍ଚ୍ଚା ସମାବେଶରେ ସାମିଲ ହେଲେ ରାଜସ୍ଥାନ ଉଦୟପୁରର ମହାରାଣୀ ନିବୃତ୍ତିି ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଶୈଳଶ୍ରୀ ପ୍ୟାଲେସ୍‌ରେ ବଲାଙ୍ଗିର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ନବବର୍ଷ ଅବସରରେ ଏକ ସମାବେଶ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ରାଜସ୍ଥାନ ଉଦୟପୁରର ମହାରାଣୀ ତଥା ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ସୁପୁତ୍ରୀ ନିବୃତ୍ତିି ସିଂହଦେଓ ଯୋଗଦାନ କରିଥିଲେ । ବଲାଙ୍ଗିର ବିଜେପି ମହିଳା ମୋର୍ଚ୍ଚାର ବାନ୍ଧବୀ ମାନଙ୍କ ସହ ମିଶି ସେ ବେଶ୍‌ ଉତ୍ସାହିତ ହୋଇଥିବା ଜଣାପଡିଛି । ଏହି ସମାବେଶରେ ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ସମେତ ଜିଲ୍ଲାର ବହୁ ବିଜେପି ନେତ୍ରୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

one × 3 =