କୃଷି ଆଇନ ବିରୁଦ୍ଧରେ ପୁରସ୍କାର ଫେରସ୍ତ ଆରମ୍ଭ ହେଲା : ପ୍ରକାଶ ସିଂ ବାଦଲ ପଦ୍ମଭୂଷଣ ପୁରସ୍କାର ଫେରାଇଲେ

ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ଦେଶରେ ଚାଷୀଙ୍କ ଆନ୍ଦୋଳନ ବୃଦ୍ଧି ପାଉଛି । ଏହା ସହିତ ପୁରସ୍କାର ଫେରସ୍ତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇ ଯାଇଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଅକାଳୀ ଦଳର ନେତା ପ୍ରକାଶ ସିଂ ବାଦଲ କୃଷି ଆଇନକୁ ବିରୋଧ କରି ପଦ୍ମଭୂଷଣ ପୁରସ୍କାର ଫେରାଇ ଦେଇଛନ୍ତି । ତାଙ୍କ ବ୍ୟତୀତ ଅକାଳୀ ଦଳର ନେତା ସୁଖଦେବ ସିଂ ଧିନ୍ଦସେ ବର୍ତ୍ତମାନ ତାଙ୍କ ପଦ୍ମ ଭୂଷଣ ପୁରସ୍କାର ଫେରସ୍ତ କରିବେ ବୋଲି କହିଛନ୍ତି ।

ସୂଚନା ଅନୁସାରେ ପ୍ରକାଶ ସିଂ ବାଦଲ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପ୍ରାୟ ତିନି ପୃଷ୍ଠାର ଚିଠି ଲେଖି କୃଷି ଆଇନକୁ ବିରୋଧ କରି କୃଷକଙ୍କ ଉପରେ କାର୍ୟ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି ଏବଂ ତାଙ୍କ ସମ୍ମାନ ଫେରାଇ ଦେଇଛନ୍ତି ।

ପଦ୍ମଭୂଷଣକୁ ଫେରାଇ ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ଲେଖିଛନ୍ତି, ‘ମୁଁ ଏତେ ଗରିବ ଯେ, କୃଷକମାନଙ୍କ ପାଇଁ ବଳିଦାନ ଦେବାକୁ ମୋ ପାଖରେ ଆଉ କିଛି ନାହିଁ । ଏଭଳି ପରିସ୍ଥିତିରେ ଯଦି ଚାଷୀଙ୍କୁ ଅପମାନ କରାଯାଏ, ତେବେ କୌଣସି ପ୍ରକାରର ସମ୍ମାନର କୌଣସି ଆବଶ୍ୟକତା ନାହିଁ। ‘ ପ୍ରକାଶ ସିଂ ବାଦଲ ଲେଖିଛନ୍ତି ଯେ, ଚାଷୀଙ୍କ ପ୍ରତି ଯେଉଁ ପ୍ରକାର ପ୍ରତାରଣା ହୋଇଛି, ତାହା ସେମାନଙ୍କୁ ବହୁତ କ୍ଷତି ପହଞ୍ଚାଇଛି ।

Leave A Reply

Your email address will not be published.