csstore

ରଜନୀକାନ୍ତ ୩୧ ଡିସେମ୍ବରରେ ପାର୍ଟି ଘୋଷଣା କରିବେ

ଚେନ୍ନାଇ : ରଜନୀକାନ୍ତ ନୂତନ ରାଜନୈତିକ ଦଳ ଆର‌ମ୍ଭ କରିବାକୁ ଯାଉଛନ୍ତି । ସୁପରଷ୍ଟାର ରଜନୀକାନ୍ତ ଖୁବ୍ ଶୀଘ୍ର ତାଙ୍କର ଏହି ନୂତନ ରାଜନୈତିକ ଦଳ ଘୋଷଣା କରିବାକୁ ଯାଉଛନ୍ତି ବୋଲି ଖବର ମିଳିଛି। ଚଳଚ୍ଚିତ୍ର ଅଭିନେତା ରଜନୀକାନ୍ତ କହିଛନ୍ତି ଯେ, ସେ ଡିସେମ୍ବର ୩୧ ରେ ନିଜର ରାଜନୈତିକ ଦଳ ଘୋଷଣା କରିବେ ଏବଂ ଜାନୁଆରୀରେ ପାର୍ଟି ଆରମ୍ଭ କରିବେ, ଯାହା ବର୍ଷ ବର୍ଷ ଧରି ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟାଇବ । ରଜନୀକାନ୍ତ ତାଙ୍କ ମଞ୍ଚର ବରିଷ୍ଠ ଅଧିକାରୀ ରଜନୀ ମକ୍କଲ ମଂଦ୍ରମଙ୍କୁ ଭେଟିବାର ଗୋଟିଏ ଦିନ ପରେ ଏହି ଘୋଷଣା କରିଥିଲେ । ନିର୍ବାଚନ ରାଜନୀତି ସହ ଜଡିତ ଯୋଜନା ତଥା ପ୍ରସଙ୍ଗରେ ସେ ଖୁବ ଶୀଘ୍ର ଘୋଷଣା କରିବେ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.