କରୋନା ଭୂତାଣୁ କାରଣରୁ ପ୍ରାଣ ହରାଉଥିବା ସାମ୍ବାଦିକମାନଙ୍କୁ ‘କୋଭିଡ ଯୋଦ୍ଧା’ ଶ୍ରେଣୀଭୁକ୍ତ କରାଯିବା ଉଚିତ : ପିସିଆଇ

ନୂଆଦିଲ୍ଲୀ : ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆ (PCI) ଡାକ୍ତର ତଥା ଅନ୍ୟାନ୍ୟ ଜରୁରୀ ସେବା କର୍ମଚାରୀଙ୍କ ପରି କୋଭିଡ -୧୯ କାରଣରୁ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କୁ ‘କୋଭିଡ ଯୋଦ୍ଧା’ ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ଏବଂ ସେମାନଙ୍କୁ ମଧ୍ୟ ସମାନ ସୁବିଧା ଦିଆଯିବା ଉଚିତ୍ ବୋଲି କହିଛ‌ନ୍ତି । ପିସିଆଇ କେନ୍ଦ୍ର ସରକାର ଏବଂ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ଲେଖିଥିବା ଏକ ପତ୍ରରେ ଦର୍ଶାଇଛନ୍ତି ଯେ, ହରିୟାଣା ସରକାରଙ୍କ ଯୋଜନା ଅନୁଯାୟୀ ସାମ୍ବାଦିକମାନଙ୍କ ପାଇଁ ଏକ ଗୋଷ୍ଠୀ ବୀମା ଯୋଜନା କାର୍ୟ୍ୟକାରୀ କରାଯାଉ । ପିସିଆଇ ସର୍ବସମ୍ମତି କ୍ରମେ କହିଛନ୍ତି, କରୋନା ଭାଇରସ ଯୋଗୁଁ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କୁ ଡାକ୍ତର ଏବଂ ଅନ୍ୟମାନଙ୍କ ଭଳି କୋଭିଡ ଯୋଦ୍ଧା ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ପରିଷଦ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛି ଏବଂ ସେମାନଙ୍କୁ ମଧ୍ୟ ସମାନ ସୁବିଧା ଦିଆଯାଉ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତଥା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ମୁଖ୍ୟ ସଚିବଙ୍କୁ ମଧ୍ୟ ଏହି ପ୍ରସ୍ତାବ ଭଳି ଚିଠି ପଠାଯାଇଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.