ଭାରତୀୟଙ୍କ ପାଇଁ ଗୌରବର କଥା : ପ୍ରଥମ ଇଣ୍ଡିଆନ୍-ଆମେରିକାନ୍ ଭାବରେ ଆମେରିକାର ଉପରାଷ୍ଟ୍ରପତି ପଦ ଅଳଙ୍କୃତ କରିବେ କମଳା ହ୍ୟାରିସ୍

‌ୱାଶିଂଟନ୍‌ : ଭାରତୀୟଙ୍କ ପାଇଁ ଗୌରବର କଥା । ପ୍ରଥମ ଇଣ୍ଡିଆନ୍-ଆମେରିକାନ୍ ଭାବରେ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ପଦ ଅଳଙ୍କୃତ କରିବେ କମଳା ହ୍ୟାରିସ୍‌ । ତା‌ଙ୍କ ପୂରା ନାମ କମଳାଦେବୀ ହ୍ୟାରିସ୍ । ମାତା ହେଉଛ‌ନ୍ତି ଶ୍ୟାମଳା ଗୋପାଳନ ଓ ବାପା ଡୋନାଲ୍ଡ ଜେ. ହ୍ୟାରିସ୍ । ଶ୍ୟାମଳା ଗୋପାଳନଙ୍କ ବାପା ପି.ଭି.ଗୋପାଳନ ଜବାହାରଲାଲ ନେହେରୁଙ୍କ ଜଏଣ୍ଟ ସେକ୍ରେଟେରୀ ଥଲେ ।
ପ୍ରଥମ ଇଣ୍ଡିଆନ୍-ଆମେରିକାନ୍ ଭାବରେ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି, ଯାହା ଆମ ସମସ୍ତ ଭାରତୀୟଙ୍କ ପାଇଁ ଗୌରବର କଥା ନିହାତି । ଏଇ ୫୬ ବର୍ଷିୟ କମଳାଦେବୀଙ୍କ ମା’ ଶ୍ୟାମଳା ସେତେବେଳର ମାଡ୍ରାସ୍ ରେ ଜନ୍ମ ହୋଇଥିଲେ ଏବଂ କାଲିଫର୍ନିଆଁ ବିଶ୍ୱବିଦ୍ୟାଳୟକୁ କ୍ୟାନସର୍ ଗବେଷଣା ପାଇଁ ଯାଇଥିଲେ । ସେଇଠି ଡୋନାଲ୍ଡ ଆଫ୍ରିକାରୁ ଆସି ପିଏଚ୍‌ଡ଼ି କରୁଥିଲେ ଏବଂ ଉଭୟେ ପ୍ରେମରେ ଆବଦ୍ଧ ହୋଇ ବିବାହ କରିବା ପରେ ଆମେରିକାର ନାଗରୀକତ୍ୱ ଗ୍ରହଣ କରି ନେଇଥିଲେ ।

Leave A Reply

Your email address will not be published.