କଲବଲ ଜୀବନକୁ ରକ୍ତ ସମ୍ପର୍କୀୟ ମଧ୍ୟ ସାହା ହେଲେ ନାହିଁ : ମୃତ୍ୟୁ ପରେ ଶେଷକୃତ୍ୟ ସମାପନ କଲେ ସ୍ୱେଚ୍ଛାସେବୀ

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଗୁରୁପାଲି ଗ୍ରାମରେ ଆଜି ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା । ଜୀବିତ ଅବସ୍ଥାରେ କଲବଲ ହେଉଥିବା ଜଣେ ମହିଳାଙ୍କ ମୃତ୍ୟୁ ପରେ ଶବ ସତ୍କାର କରିବା ପାଇଁ ଖବର ପାଇବା ପରେ ମଧ୍ୟ ପରିବାର ଲୋକେ ଆସିବାକୁ କୁଣ୍ଠା ପ୍ରକାଶ କରିଥିବା ବେଳେ ଶବ ସତ୍କାର କରିବା ପାଇଁ ଆଗେଇ ଆସିଥିଲେ ସ୍ୱେଚ୍ଛାସେବୀ ।

ପରିବାର ଲୋକଙ୍କ ଅବହେଳା ଯୋଗୁଁ ଜଣେ ଜୀବିତ ମହିଳାଙ୍କୁ ପୋକ ଓ ପିମ୍ପୁଡି ଖାଉଥିବା ଅବସ୍ଥାରେ ଏକ ବନ୍ଦ କୋଠରୀ ମଧ୍ୟରୁ ଗତ ୭ ତାରିଖ ଶନିବାର ଦିନ ସଂକଳ୍ପ ପରିବାର ସାହାଯ୍ୟରେ ଉଦ୍ଧାର କରି ଚିକତ୍ସା ପାଇଁ ବୁର୍ଲା ବଡ଼ ମେଡିକାଲକୁ ନିଆଯାଇଥିବା ବେଳେ ଆଜି ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ଠାରେ ତାଙ୍କର ପରଲୋକ ହୋଇଥିଲା । ପରିବାର ଲୋକଙ୍କୁ ଶବ ସତ୍କାର ପାଇଁ ଖବର ଦିଆଯାଇଥିଲା । କିନ୍ତୁ ପରିବାର ଲୋକେ ରୋକ ଠୋକ ଭାବରେ ମନା କରିଥିବାରୁ ଆଜି ସମ୍ବଲପୁର ରାଜଘାଟରେ ସମ୍ବଳର ରାମଦାଶ ପଣ୍ଡା, ପରିଚୟର ବିପିନ ବିହାରୀ ପଣ୍ଡା ଓ ସଂକଳ୍ପ ପରିବାରର ସଦସ୍ୟଙ୍କ ସାହାଯ୍ୟରେ ଶବ ସତ୍କାର କରାଯାଇଥିଲା ।

Leave A Reply

Your email address will not be published.