jayashree

୪୯ରୁ ୩୮ ଦୋଷୀଙ୍କୁ ଫାଶୀ, ୧୧ଙ୍କୁ ଆଜୀବନ କାରାଦଣ୍ଡ : ୭୦ ମିନିଟ୍‌ରେ ୨୧ ସିରିଏଲ୍‌ ବୋମା ବିସ୍ଫୋରଣ କରିଥିଲେ

ଅହମଦାବାଦ : ଅହମଦାବାଦରେ ଜୁଲାଇ ୨୦୦୮ରେ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ସ୍ପେସାଲ୍‌ କୋର୍ଟ ଦୋଷୀମାନଙ୍କୁ ସଜା ଶୁଣାଇଛନ୍ତି । ମାନ୍ୟବର କୋର୍ଟ ୪୯ ଜଣ ଦୋଷୀଙ୍କ ମଧ୍ୟରୁ ୩୮ ଜଣଙ୍କୁ ଫାଶୀ ଦଣ୍ଡ ଶୁଣାଇଥିବା ବେଳେ ୧୧ ଜଣ ଦୋଷୀଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ କାରାଦଣ୍ଡ ଶୁଣାଇଛନ୍ତି । ତେବେ ଦୋଷୀମାନଙ୍କ ଭର୍ଚୁଆଲ ପେସି ହୋଇଥିଲା ଏବଂ ଯେତେବେଳେ ସେମାନଙ୍କ ସଜା ଶୁଣାଣି ହୋଇଥିଲା ସେମାନେ ଅଲଗା ଅଲଗା ଜେଲ୍‌ରେ ରହିଥିଲେ । ଦୋଷୀମାନଙ୍କୁ ସଜା ଶୁଣାଣି ସହ କୋର୍ଟ ପୀଡ଼ିତ ମାନଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ମଧ୍ୟ ଆଦେଶ କରିଛନ୍ତି । ଏହି ସିରିଏଲ୍‌ ବୋମା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ମାନଙ୍କ ପରିବାର ବର୍ଗଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି । ଏହାସହ ଗମ୍ଭୀର ଭାବେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଏବଂ ସାମାନ୍ୟ ଆହତ ହୋଇଥିବା ଲୋକଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଦେବାକୁ କହିଛନ୍ତି ।

Leave A Reply

Your email address will not be published.