ବଢ଼ୁଛି କି ସୁଗାର୍‌ ଲେବେଲ୍‌ ?

ବିଶୃଙ୍ଖଳିତ ଜୀବନ ଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଏବେ ଆମ ସମାଜରେ ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନେକାଂଶରେ ଦେଖିବାକୁ ମିଳୁଛି ମଧୁମେହ ରୋଗୀ କେବଳ ଔଷଧ ସେବନ କଲେ ଏହି ରୋଗରୁ ନିସ୍ତାର ମିଳେ ବୋଲି ଭାବନ୍ତି ଓ ପରବର୍ତ୍ତୀ ସମୟରେ ଆହୁରି ଜଟିଳ ଶାରୀରିକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଏହାଦ୍ୱାରା ଦେହରେ ସୁଗାର୍‌ ଲେବେଲ୍‌ ବଢ଼ି ବଢ଼ି ଚାଲେ ଓ ଅନ୍ୟ ସାଂଘାତିକ ରୋଗ ପାଇଁ ପଥ ପରିସ୍କାର ହୋଇଥାଏ । ଏଣୁ ଏଥିପ୍ରତି ବିଶେଷ ଯତ୍ନବାନ ହେବା ଆବଶ୍ୟକ । ଔଷଧ ସେବନ ପରେ ବି ଯଦି ସୁଗାର୍‌ ଲେବେଲ୍‌ ବଢ଼ୁଛି, ତେବେ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ ।

  • ପ୍ରତ୍ୟହ ଶାରୀରିକ ବ୍ୟାୟାମ କରନ୍ତୁ । ମର୍ଣ୍ଣିଂ ୱାକ୍‌ ନିହାତି ଜରୁରୀ ।
  • କୌଣସି ଜଙ୍କ୍‌ ଫୁଡ଼୍‌ ଗ୍ରହଣ କରନ୍ତୁ ନାହିଁ ।
  • ମିଠା ଖାଦ୍ୟର ପାଖ ମାଡ଼ନ୍ତୁ ନାହିଁ ।
  • ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିୟମିତ ଭାବେ ନିର୍ଦ୍ଧାରିତ ସମୟ ବ୍ୟବଧାନରେ ରକ୍ତ ପରୀକ୍ଷା କରାନ୍ତୁ ।
  • ଏକା ଥରକୁ ବେଶୀ ଖାଦ୍ୟ ନଖାଇ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନିର୍ଦ୍ଧାରିତ ସମୟ ଅନ୍ତରରେ କମ୍‌ କମ୍‌ ଖାଦ୍ୟ ଖାଆନ୍ତୁ ।
  • ସ୍ୱାସ୍ଥ୍ୟଗତ କୌଣସି ସମସ୍ୟା ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
  • ଖାଦ୍ୟରେ ସାଲାଡ଼୍‌ ନିଶ୍ଚୟ ସାମିଲ୍‌ କରନ୍ତୁ ।
  • ଭାତ କିମ୍ବା ରୁଟି ଅପେକ୍ଷା ପନିପରିବା ବେଶୀ ମାତ୍ରାରେ ଖାଆନ୍ତୁ ।
Leave A Reply

Your email address will not be published.

11 − five =