pakka

ଶ୍ରୀରାମକୃଷ୍ଣ ଦେବ ଜୟନ୍ତୀ

l2

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡିର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରୀରାମକୃଷ୍ଣ ଆଶ୍ରମ ତରଫରୁ ଶ୍ରୀରାମକୃଷ୍ଣ ଦେବଙ୍କର ୧୮୭ତମ ଜନ୍ମ ଜୟନ୍ତୀ ପାଳିତ ହେଇଯାଇଛି । ଏଥି ନିମନ୍ତେ ପ୍ରାତଃକାଳରୁ ପୂଜାର୍ଚ୍ଚନା, ହୋମାଦି ସମାପନ ପରେ ଦିବା ୧୧ ଘଟିକା ସମୟରେ ଆଶ୍ରମର ସମ୍ପାଦକ ସ୍ୱାମୀ ଅଶୋକାନନ୍ଦ ମହାରାଜଙ୍କ ସଭାପତିତ୍ୱରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହେଇଥିଲା । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ତହସିଲଦାର ସୁଶ୍ରୀ ସୁଚରିତା ମୁଗ୍ରୀ, ମୁଖ୍ୟବକ୍ତା ବଟ କିଶୋର ପ୍ରଧାନ, ସମ୍ମାନୀତ ଅତିଥି ସ୍ୱାମୀ ଶୁକଦେବାନନ୍ଦ (ପରିଚାଳକ, ବିବେକାନନ୍ଦ ପବ୍ଲିକ୍ ସ୍କୁଲ) ଯୋଗଦେଇ ସର୍ବଧର୍ମ ସମନ୍ୱୟର ବାଣୀ ସମାଜରେ କିଭଳି ସବୁ ସ୍ତରରେ ପହଞ୍ଚିପାରିବ ଭଗବାନଙ୍କ ତ୍ୟାଗ ଓ ବୈରାଗ୍ୟ ଯାହା ମଣିଷକୁ ସତମାର୍ଗରେ ପରିଚାଳିତ କରିବା ସହିତ ଏକ ଆଧ୍ୟାତ୍ମ ସମାଜ ଗଠନରେ ସହାୟକ ହୋଇପାରିବ, ସେଦିଗରେ ନିଜର ବକ୍ତବ୍ୟ ରଖିଥିଲେ । ସୁରେନ୍ଦ୍ର ମହାଖୁଡ଼, ଅଧ୍ୟକ୍ଷ, ବିବେକାନନ୍ଦ ପବ୍ଲିକ୍ ସ୍କୁଲ ଏକ କବିତା ଉପସ୍ଥାପନ କରିଥିବା ବେଳେ ଅଷ୍ଟମଶ୍ରେଣୀ ଛାତ୍ରୀ ସୁପ୍ରଜିତା ସାହୁ ଶ୍ରୀରାମକୃଷ୍ଣ ଦେବଙ୍କ ଆଦର୍ଶ ଓ ଜୀବନୀ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଏହାପରେ ଅତିଥି ମାନଙ୍କ ଦ୍ୱାରା ଆଶ୍ରମର ଅନ୍ତେବାସୀ ଆଦିବାସୀ ଛାତ୍ରଛାତ୍ରୀଙ୍କ ଲିଖିତ ପ୍ରାଚୀର ପତ୍ରିକା ଶିଖା ଉନ୍ମୋଚିତ ହୋଇଥିଲା । ଅନ୍ନଦା ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନ୍ୟମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

pp
Leave A Reply

Your email address will not be published.

three × one =