pakka

ଚିଲିକାରେ ବଣ ବିରାଡ଼ି ଗଣତି ଆରମ୍ଭ

bbehera

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଚିଲିକା ଓ ଏହାର ଆଖପାଖ ଅଞ୍ଚଳରେ ବାସ କରୁଥିବା ବଣୁଆ ମାଛରଙ୍କା ବିରାଡ଼ିଙ୍କ ସଂଖ୍ୟା ଗଣତି ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟ ଗଣତିରେ ୧୧୯ ବଣ ବିରାଡ଼ି ଦେଖିବାକୁ ମିଳିଥିଲେ । ଚଳିତ ମାସ ଦ୍ୱିତୀୟ ସପ୍ତାହ ଠାରୁ ଦ୍ୱିତୀୟ ପର୍ଯ୍ୟାୟ ଗଣତି ଆରମ୍ଭ ହେବ ବୋଲି ସୂଚନା ରହିଛି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଗଣତିରେ ଚିଲିକା ବନଖଣ୍ଡ ବିଭାଗ, ମାଛରଙ୍କା ବିରାଡ଼ି ସଂରକ୍ଷଣ ସଂସ୍ଥା ଏଥିରେ ସକ୍ରିୟ ସହଯୋଗ କରିବେ । ଏଥିରେ ସ୍ଥାନୀୟ ମତ୍ସ୍ୟଜୀବୀ, ବନ୍ୟଜୀବ ସୁରକ୍ଷା କମିଟିର ସଦସ୍ୟ, ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀଗଣ ଅଂଶ ଗ୍ରହଣ କରିବେ ବୋଲି ବଣ ବିରାଡ଼ି ବିଶେଷଜ୍ଞ ଜିମ୍‌ ସାଣ୍ଡରସନ୍‌ ଜଣାଇଛନ୍ତି । ପକ୍ଷୀ ଭଳି ବଣ ବିରାଡ଼ିଙ୍କ ସଂଖ୍ୟାର ଗଣତି ସାମୟିକ ବ୍ୟବଧାନରେ କରାଯିବ । ଏହି ଗଣତିରେ କ୍ୟାମେରା ଟ୍ରାପ୍‌ ୩୦ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖଞ୍ଜି ବଣ ବିରାଡ଼ିଙ୍କ ସଂଖ୍ୟା ଆକଳନ କରାଯିବ । ମାଛରଙ୍କା ବିରାଡ଼ିଙ୍କ ସଂଖ୍ୟା ସନ୍ତସନ୍ତିଆ ଜଙ୍ଗଲର ଉର୍ବରତାକୁ ଦର୍ଶାଇଥାଏ ବୋଲି ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ବିଭାଗୀୟ ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ନନ୍ଦ କହିଛନ୍ତି ।

Leave A Reply

Your email address will not be published.

3 + twenty =