pakka

ଶୃଙ୍ଖଳା ଦ୍ୱାରା ବ୍ଲଡ଼ ସୁଗାର୍‌କୁ ନିୟନ୍ତ୍ରଣ କରିହେବ

bbehera

ଆଜି ବିଶୃଙ୍ଖଳିତ ଜୀବନ ଶୈଳୀ ଯୋଗୁଁ ତଥା ଖାଦ୍ୟପେୟ ପ୍ରତି ଅସଚେତନତା ହେତୁ ଡାଇବେଟିସ୍‌ ରୋଗୀଙ୍କ ସଂଖ୍ୟା ବଢ଼ି ଚାଲିଛି । କିନ୍ତୁ ଚିକିତ୍ସକମାନେ ମତ ଦିଅନ୍ତି, ନିୟନ୍ତ୍ରିତ ଜୀବନଶୈଳୀ ଓ ସଚେତନତା ହିଁ ବ୍ଲଡ଼ ସୁଗାର୍‌କୁ ନିୟନ୍ତ୍ରଣ କରିପାରିବ । ଏଥିପାଇଁ ନିଜ ବ୍ଲଡ଼ ସୁଗାର୍‌କୁ ବିଶେଷ ଦୃଷ୍ଟି ରଖି ଖାଦ୍ୟପେୟରେ ପରିବର୍ତ୍ତନ କରିବା ନିହାତି ଜରୁରୀ । ତେଲ ମସଲା ଖାଦ୍ୟ ଓ ଚର୍ବି ଥିବା ଖାଦ୍ୟ ନିତାନ୍ତ ବର୍ଜନୀୟ । ଫାଷ୍ଟଫୁଡ୍, ଛେଳି ମାଂସ, ଘିଅ, ବଟର, ଚିନି, ମିଠା, କୋଲ୍‌ଡ୍ ଡ୍ରିଙ୍କସ୍ ଆଦିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ବିଧେୟ । ଅଧିକ ପରିମାଣରେ ସବୁଜ ପନିପରିବା ଓ ଫଳ ଖାଇବା ଉଚିତ । ନିୟମିତ ବ୍ୟାୟାମ କରିବା ଯୋଗୁଁ ବ୍ଲଡ଼ ସୁଗାର୍‌କୁ ନିୟନ୍ତ୍ରଣ କରିହେବ । ଯଦି ଶରୀରର ଓଜନ ଅଧିକ ରହୁଛି, ତେବେ ଏହାକୁ ଯଥାଶୀଘ୍ର କମ୍‌ କରିବାକୁ ଚେଷ୍ଟା କରିବା ଦିଗରେ ପଦକ୍ଷେପ ନେବା କଥା । ଛୋଟ ଛୋଟ କିଛି ବିଷୟ ପ୍ରତି ଧ୍ୟାନ ଦେଲେ, ବ୍ଲଡ଼ ସୁଗାର୍‌କୁ ନିୟନ୍ତ୍ରଣ କରିହେବ ।

Leave A Reply

Your email address will not be published.

3 × three =