pakka

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଭାରତୀୟ ଜନତା ପାର୍ଟିର ପ୍ରାଣ, ଭାରତରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୯୭ତମ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ରାଜଖମାରଠାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରଥମେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ୧୯୨୪ ମସିହା ୨୫ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ସେ ବାଲ୍ୟକାଳରୁ ଜଣେ ସ୍ପଷ୍ଟବାଦୀ ଛାତ୍ର ସହିତ ଏକ ଦକ୍ଷ ରାଜ ନୈତିଜ୍ଞ ହେବା ଫଳରେ ଭାରତକୁ ସୁଶାସନର ମଞ୍ଜି ପୋତି ଥିଲେ । ତାଙ୍କ ସମୟରେ ଭାରତର ଭିତ୍ତିଭୂମି ଦୃଢ ହେବା ସହିତ ଲୋକଙ୍କର ଆର୍ଥିକ ଅବସ୍ଥା ସୁଧୁରି ଥିଲା । ଭାରତର କୋଣ ଅନୁକୋଣରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟସଡକ ଯୋଜନା ମାଧ୍ୟମରେ ଭାରତକୁ ଏକ ବିକାଶଶୀଳ ରାଷ୍ଟ୍ରରେ ପରିଣତ କରିବାର ଭୂମିକା ଦିଗରେ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ବଲାଙ୍ଗିର ସାଂସଦ ସଂଗିତା କୁମାରୀ ସିଂଦେଓ, ମୁଖ୍ୟ ଅତିଥି, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଶତାଧିକ ବିଜେପି କର୍ମୀ ଯୋଗ ଦେଇଥିବା ବେଳେ ପାଟଣାଗଡ଼ ଏନ୍‌ଏସି ଚେୟାର୍‌ମେନ୍‌ ମାନସ ମଞ୍ଜରୀ ପାଣିଗ୍ରାହୀ, ପାଟଣାଗଡ଼ ବ୍ଳକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ, ନଗର ସଭାପତି ମୁନା ମହାନ୍ତି, ପ୍ରଦୀପ ବଂଶଲ, ମାଧବ ସାଏ, ବଲ୍ଲଭ ଧରୁଆ, ରାଜୁ ପାଣିଗ୍ରାହୀ, ରମାନାଥ ହୋତା, ମୁନା ଦରୁଆନ, ମୁରୁସିନିନା, ଅଶୋକ କୁଅଁର, ବିଶ୍ୱମ୍ବର ପାଣିଗ୍ରାହୀ, ଅରକ୍ଷିତ ଯୋଷୀ ପ୍ରମୁଖ ଉପସ୍ଥିତ ରହି ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ସ୍ମୃତିଚାରଣ କରିଥିଲେ ।

jay balangir
Leave A Reply

Your email address will not be published.

five × 1 =