ମନରେଗା ଯୋଜନାରେ ଅନିୟମିତତା ଅଭିଯୋଗ : ପ୍ରକୃତ ଶ୍ରମିକ ପାରିଶ୍ରମିକ ପାଇବାରୁ ବଞ୍ଚିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ଖଇରା ପଞ୍ଚାୟତ ଚଲାନପଡ଼ା ହାଇସ୍କୁଲ ଖେଳପଡ଼ିଆର ଉନ୍ନତିକରଣ ନିମନ୍ତେ ମନରେଗା ଯୋଜନାରେ ପାଞ୍ଚ ଲକ୍ଷ ଟଙ୍କା ବିନିମୟରେ ହୋଇଥିବା କାର୍ଯ୍ୟରେ ନିଯୁକ୍ତ ଥିବା ଶ୍ରମିକମାନଙ୍କୁ ଏପର୍ଯ୍ୟନ୍ତ ସେମାନଙ୍କ ମଜୁରୀ ମିଳି ନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ କାମ କରି ନଥିବା ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟରେ ମଜୁରୀ ଟଙ୍କା ଜମା ହୋଇଛି । ଏହାଦ୍ବାରା ପ୍ରକୃତ ଶ୍ରମିକ ପାରିଶ୍ରମିକରୁ ବଞ୍ଚିତ ଥିବା ଅଭିଯୋଗ ହୋଇଛି । ବିଭାଗୀୟ କର୍ତ୍ତୃପକ୍ଷ ଓ ଅଧିକାରୀମାନେ ଏପରି ଭୁଲ କରିବା ନିଶ୍ଚିତ ଭାବରେ କୌଣସି ଯାନ୍ତ୍ରିକ ତଅଟି ନୁହେଁ ମନୁଷ୍ୟ କୃତ ଦୁର୍ନୀତି କରାଯାଇଛି ବୋଲି ମତ ପ୍ରକାଶ ପାଇଛି । ଏହି ଯୋଜନାରେ କାର୍ଯ୍ୟ କରିଥିବା ଜନୈକ ଯୁବକ ପ୍ରଦୀପ ପଣ୍ଡାଙ୍କ ଇତି ମଧ୍ୟରେ ମୃତ୍ୟୁ ମଧ୍ୟ ହୋଇଯାଇଥିବା ବେଳେ ଶ୍ରମିକ ପାଉଣା ନେଇ ଆଶାବାଦୀ ଶ୍ରମିକ ପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନକୁ ଅନୁରୋଧ କରାଯାଇଛି । ନିହାତି ଦରିଦ୍ର ପରିବାରର ହୋଇଥିବା ମୃତ ଯୁବକଙ୍କ ସ୍ତ୍ରୀ, ଏକମାତ୍ର ସନ୍ତାନ ଓ ବୃଦ୍ଧ ମାତାପିତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଅଛନ୍ତି ବୋଲି ସୂଚନା ମିଳିଛି । ଏପରି ବିଭାଗୀୟ ଭୁଲ ପାଇଁ ସାଧାରଣ ଶ୍ରମିକଙ୍କ ଅବସ୍ଥା କିପରି କଷ୍ଟଦାୟକ ହୋଇଥିବା ବେଳେ ଉଚିତ ପଦକ୍ଷେପ ପାଇଁ ଅନୁରୋଧ କରାଯାଇଛି । ଘଟଣାର ତଦନ୍ତ କରି ଶ୍ରମିକମାନଙ୍କ ପାରିଶ୍ରମିକ ବାବଦରେ ଟଙ୍କା ପ୍ରଦାନ କରିବାକୁ ତଥା ଦୋଷୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ ।

Leave A Reply

Your email address will not be published.

four × one =

error: Content is protected !!