କୋମଲମତି ପିଲାଙ୍କୁ ଦେଖି ତରଳି ଗଲେ ବିଡ଼ିଓ : ସ୍କୁଲ ଫେରାଇ ଆଣିବାକୁ ଦେଲେ ପ୍ରତିଶୃତି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ ବ୍ଲକ ଖୁଣ୍ଟସମଲେଇ ଗ୍ରାମ ପଞ୍ଚାୟତ ଗରଗଡ଼ଛାପର ପ୍ରାଥମିକ ବିଦ୍ୟାଳୟରେ ପିଲା କମ୍‌ ହେତୁ ଢୋଡ଼ମହୁଲ ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ ହୋଇଥିଲା । ଗରଗଡ଼ଛାପର ସ୍କୁଲଟି ଢୋଡ଼ମହୁଲ ସ୍କୁଲଠାରୁ ୨.୫ କିଲୋମିଟର ଦୂର ହୋଇଥିବା ବେଳେ ତାହାକୁ ଅଧ କିଲୋମିଟର ଦର୍ଶାଯାଇଥିବାରୁ ଗାଁ ଲୋକେ ବାରମ୍ବାର ପ୍ରଶାସନ ପାଖରେ ଠିକ୍‌ ଅନୁସନ୍ଧାନ କରି ସ୍କୁଲଟିକୁ ଫେରାଇ ଦେବା ପାଇଁ ଅନୁରୋଧ କରି ଆସୁଥିଲେ । ଅଧିକ ଦୂର, ନିକଞ୍ଚନ ରାସ୍ତା ଓ ପ୍ରଚଣ୍ଡ ଖରାକୁ ଦେଖି ଦୀର୍ଘ ଦିନ ହେଲାଣି ପିଲାମାନେ ସ୍କୁଲ ଯାଉନଥିଲେ । ଆଜି ଖୁଣ୍ଟସମଲେଇ ସମିତିସଭ୍ୟାଙ୍କ ଅନୁରୋଧକ୍ରମେ ପାଟଣାଗଡ ବିଡ଼ିଓ ନୀଳମାଧବ ସୁନା ଗାଁକୁ ଯାଇ ପରିସ୍ଥିତିର ଅନୁଧ୍ୟାନ କଲା ସମୟରେ ୨୩ ଜଣ କୋମଳମତି ଶିଶୁ ତାଙ୍କ ସ୍କୁଲଟି ଫେରାଇ ଦେବା ପାଇଁ ଅନୁରୋଧ କରିଥିଲେ । କୋମଳମତି ପିଲାମାନଙ୍କ ଅନୁରୋଧ ତଥା ପରିସ୍ଥିତିର ଅନୁଧ୍ୟାନ କରି ବିଡ଼ିଓ ନୀଳମାଧବ ସୁନା ସ୍କୁଲଟିକୁ ପୁନଃ ସ୍ଥାପନ ପାଇଁ ଶିକ୍ଷା ବିଭାଗର ଉପରିସ୍ଥ ଅଧିକାରୀମାନଙ୍କ କଥା ହେବା ସହିତ ବର୍ତ୍ତମାନ ପିଲାମାନେ କିପରି ସୁବିଧାରେ ପାଠପଢି ପାରିବେ ସେ ସୁବିଧା କରିବେ ବୋଲି କହିଥିଲେ ।

jittmm
Leave A Reply

Your email address will not be published.