ଆଦର୍ଶ ବିଦ୍ୟାଳୟ ବାନ୍ଦୁପାଲିରେ ନଳକୂପ ପାଇଁ ଦାବୀ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଜମରତଲାରୁ କଂସର ଛକକୁ ସଂଯୋଗ କରୁଥିବା ରାସ୍ତାରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ କରାଯାଇଛି । ହେଲେ କୌଣସି ପିଇବା ପାଣି ପାଇଁ ରାସ୍ତା କଡ଼ରେ ବ୍ୟବସ୍ଥା ନଥିବାରୁ ଯିବା ଆସିବା କରୁଥିବା ଲୋକଙ୍କ ସମସ୍ୟା ହେଉଛି ଓ ଅଭିଭାବକ ମାନେ ମଧ୍ୟ ନାହିଁ ନଥିବାର ହଇରାଣ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ତେବେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଲୋକଙ୍କ ସମସ୍ୟା କୁ ଦୃଷ୍ଟିରେ ରଖି ଆଦର୍ଶ ବିଦ୍ୟାଳୟ ବାନ୍ଦୁପାଲିର ବାଉଣ୍ଡରୀ ବାହାର ପାର୍ଶ୍ଵରେ ଏକ ନଳକୂପ ନିହାତି ଭାବରେ ଖନନ କରିବା ପାଇଁ ସମାଜସେବୀ ଯୁଧିଷ୍ଠିର ବାରିକ ଜଳ ଯୋଗାଣ ବିଭାଗ ପଦ୍ମପୁରକୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.