lika

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ବଲାଙ୍ଗିର ବିଜେଡି ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

gbag

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମ ଦିନରେ ବଲାଙ୍ଗିର ବିଜୁ ଜନତା ଦଳ ତରଫରୁ ବଲାଙ୍ଗିର ଭୀମଭୋଇ ମେଡିକାଲ ହସପିଟାଲର ରକ୍ତ ଭଣ୍ଡାର ଠାରେ ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ସ୍ବେଚ୍ଛାକୃତ ଭାବରେ ରକ୍ତଦାତାମାନେ ରକ୍ତଦାନ କରି ନବୀନ ପଟ୍ଟନାୟକଙ୍କ ଦୀର୍ଘାୟୁ କାମନା କରିଥିଲେ । ଆଜିର ଶିବିରକୁ ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ୟ୍ୟକ୍ରମର ଜିଲ୍ଲା ସଂଯୋଜକ ସାଗର ସଙ୍ଗମ ଶତପଥୀ ସଂଯୋଜନା କରିଥିବା ବେଳେ ରକ୍ତ ଭଣ୍ଡାରର ସମସ୍ତ କର୍ମଚାରୀ ସୁଚାରୁ ରୂପେ ପରିଚାଳନା କରି ଶିବିରକୁ ସଫଳ କରିଥିଲେ । ବଲାଙ୍ଗିର ବିଜୁ ଜନତା ଦଳର ବରିଷ୍ଠ କର୍ମକର୍ତ୍ତା ଓମକାର ନାୟକ, ଅଶୋକ ମହାନ୍ତି, ନରସିଂହ ବାଗ, ଶିବ ପ୍ରସାଦ ବେହେରା, ସଞ୍ଜିବ ମିଶ୍ର, ଇରସାଦ ଖାନ, ମହେନ୍ଦ୍ର ବାଗ, ରାମ ନାଏକ, ଜିତେନ୍ଦ୍ର ସ୍ବାଇଁ, ଶମ୍ଭୁ ନାଗ, ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ମମତା ଜେନା, ଭରତ ପୁରଷେଠ, ଜିଲ୍ଲା ବିଜେଡି ଯୁବ ସଭାପତି ରାଜେନ୍ଦ୍ର ହୋତା, ଛାତ୍ର ବିଜେଡି ଜିଲ୍ଲା ସଭାପତି ଗୁଞ୍ଜ ଖାନ, ରାଜ୍ୟ ଛାତ୍ର ବିଜେଡି ସମ୍ପାଦକ ସୁମନ ନନ୍ଦ, ସନ୍ତୋଷ ଦନ୍ତା, ନିହାର ରଞ୍ଜନ ସ୍ବାଇଁ, ଆଶିର୍ବାଦ ସାହୁ, ସମ୍ଭୁ ଚୋପଦାର, ମୁରିବାହାଲ ଯୁବନେତା ମାନସ ଖମାରୀ, ଲୋଇସିଂହା ଯୁବନେତା ନିତେଶ ଅଗ୍ରଓ୍ୱାଲ, ସମିର ନାଗ, ପୁର୍ଣ୍ଣମୁର୍ତ୍ତୀ ଖ୍ରୀଷ୍ଟଦାସ, ଜଗନ୍ନାଥ ତାଣ୍ଡି, ମଦନ ସାହୁ, ସ୍ବରୁପ ଦାସ, ବେଞ୍ଜାମିନ କିରୋ, ସଞ୍ଜିବ ନାଥ, ସାନନ୍ଦ ସେଠୀ, ରାଜିବ ଦାସ, ଅଜିତ କୁମାର ସାହୁ, ଦିପକ ପଣ୍ଡା, କୁନାଲ ବାଗ, ସୁନ୍ଦର ବିଶି, ତେଜରାଜ ଚୌଧୁରୀ, କଲ୍ପନା ସାହୁ, ନିଲିମା ପଟେଲ, ବିଭୁତି ଭୁଷଣ ମିଶ୍ର ସହଯୋଗ କରିଥିଲେ ।

babaa
Leave A Reply

Your email address will not be published.