
ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ସୁଦାମ ଚରଣ ସେଠୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଜନ ସାଧାରଣଙ୍କ ପାଇଁ ପାନୀୟ ଜଳ ଯୋଗାଣର ସୁବ୍ୟବସ୍ଥା ପାଇଁ ଗ୍ରାମ ପଞ୍ଚାୟତର ଭୁଲିଆବନ୍ଧ ଛକ, ପିପଲପାଲି, ଝେଙ୍ଗନାଡିହୀ, ନାଗଡିହୀ, ବନମାଲ, ମଲଦା, ସଦାନନ୍ଦପୁର ଛକ ମାନଙ୍କଠାରେ ଜଳଛତ୍ର ଖୋଲି ଏହାକୁ ଫିତାକାଟି ଶୁଭାରମ୍ଭ କରିଛନ୍ତି । ସରପଞ୍ଚ ଶ୍ରୀ ସେଠୀ ଜଳଛତ୍ରର ପ୍ରଥମ ଦିବସରେ ତୃଷାର୍ଥୀ ମାନଙ୍କୁ ନିଜ ହାତରେ ମିଠା ସର୍ବତ ପାଣି ବାଣ୍ଟିଥିଲେ । ପ୍ରବଳ ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ କିପରି ଲୋକେ କିପରି ଭଲ ସଫାପାଣି ଟିକେ ପାଇବେ, ଜଳଛତ୍ର ଗୁଡିକ କିପରି ସବୁବେଳେ ସଫା ସୁତୁରା ରହିବ ସେ ବିଷୟରେ ଆଲୋଚନା କରିଥିଲେ ।