
ଢେଙ୍କାନାଳ, (ତାପସ ଦାସ) : ସାଧା ପୋଷାକରେ ଆସି ସ୍ତ୍ରୀଙ୍କ ସହ ନାମାଙ୍କନ ଦାଖଲ କରାଇବା ଏଏସ୍ଆଇଙ୍କ ପାଇଁ ମହଙ୍ଗା ପଡିଲା । କାର୍ଯ୍ୟରୁ ନିଲମ୍ବିତ ହେଲେ ଏଏସ୍ଆଇ ବିଚିତ୍ରାନନ୍ଦ କର । ଏନେଇ ଢେଙ୍କାନାଳ ଏସ୍ପି ଲୋଗାନ ଆଗଭି ସୂଚନା ଦେଇଛନ୍ତି । ସୂଚନାମତେ ଗତ ୭ ତାରିଖରେ ପୌର ନିର୍ବାଚନ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବା ବେଳେ ୨୧ ନମ୍ବର ୱାର୍ଡର ଏଏସ୍ଆଇ ବିଚିତ୍ରା ନନ୍ଦ କରଙ୍କ ସ୍ତ୍ରୀ ବିଜେଡି କାଉନ୍ସିଲର ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଢେଙ୍କାନାଳ ଉପଜିଲ୍ଲାପାଳ ଅଫିସ ନିକଟରେ ତାଙ୍କ ସ୍ତ୍ରୀଙ୍କ ସହ ଏଏସ୍ଆଇ ଆସି ନାମାଙ୍କନପତ୍ର ଦାଖଲରେ ସହଯୋଗ କରୁଥିବାର ଦେଖିବାକୁ ମିଳିଥିଲା । ଏ ନେଇ ଖବର ପ୍ରକାଶ ପାଇବା ପରେ ଏଏସ୍ଆଇଙ୍କୁ ନିଲମ୍ବିତ କରାଯାଇଛି ।