ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କଲା ପୋଲିସ : ୨ ଅଭିଯୁକ୍ତ ଗିରଫ

କଟକ : ବିଡାନାସି ଭୁଆଶୁଣି ପଠାରେ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ପରକିୟା ପ୍ରୀତି ପାଇଁ ହତ୍ୟା କରି ମୃତଦେହ ପଠାରେ ଫୋପାଡି ଦିଆଯାଇଥିବା ସୂଚନା । ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ବିଡାନାସୀ ପୋଲିସ ଗିରଫ କରିଥିବା ଜଣାପଡିଛି । ୨ ଅଭିଯୁକ୍ତ ହେଲେ ମୁନିଲାଲ୍‌ ଶର୍ମା ଏବଂ କୈଳାସ ଚୌଧୁରୀ । ଅନ୍ୟ ଜଣେ ଅଭିଯୁକ୍ତ ପଙ୍କଜ ଶର୍ମା ଏବେବି ଫେରାର୍ ରହିଥିବା ସୂଚନା ମିଳିଛି । ସୁଚନା ଅନୁସାରେ ବିହାରୀ ମିସ୍ତ୍ରୀ ଆଜାଦ ଯାଦବଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ ଦୁବୃତ୍ତ । ହତ୍ୟା ପାଇଁ ୨୦ ହଜାର ଟଙ୍କାର ସୁପାରୀ ଦିଆଯାଇଥିବା ଡିସିପି ପ୍ରତୀକ ସିଂଙ୍କ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.