ହାତୀର ମୃତଦେହ ଉଦ୍ଧାର

ଅନୁଗୁଳ, (ଆର୍ତ୍ତତ୍ରାଣ ପାଣି) : ଅନୁଗୁଳ ଜିଲ୍ଲା ପୁରୁଣାଗଡ଼ ରେଞ୍ଜ୍ ମାଧପୁର ଜଙ୍ଗଲ ମୌଜା ନିକଟରେ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ତେବେ ହାତୀଟିର ମୃତ୍ୟୁ କିପରି ହେଲା ତାହା ସ୍ପଷ୍ଟ ଜଣାପଡିନାହିଁ । ସୂଚନା ଅନୁସାରେ ପୁରୁଣାଗଡ଼ ରେଞ୍ଜ ମାଧପୁର ଜଙ୍ଗଲ ମୌଜା ନିକଟକୁ ଏକ ଦନ୍ତା ହାତୀ ବୁଲୁଥିଲା । ଆଜି ସକାଳୁ ସକାଳୁ ହାତୀଟି ମରିପଡିଥିବା ଗାଁ ଲୋକମାନେ ଦେଖିବାକୁ ପାଇଥିଲେ । ହାତୀଟିର ବୟସ ପାଖାପାଖି ୧୨ ବର୍ଷ ହେବ ବୋଲି ଅନୁସାନ କରାଯାଉଛି । ତେବେ କେଉଁ ଅବସ୍ଥାରେ ହାତୀଟିର ମୃତ୍ୟୁ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.