ଭଲିବଲ ଟୁର୍ଣ୍ଣାମେଣ୍ଟର ଅନୁଷ୍ଠାନିକ ଉଦ୍‌ଘାଟନୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ପୁତିଗୋପାଳପୁର ସ୍ଥିତ ବିଶ୍ୱେଶ୍ୱର ଭଲିବଲ ଟୁର୍ଣ୍ଣାମେଣ୍ଟର ଆନୁଷ୍ଠାନିକ ଭାବେ ଗତକାଲି ଉଦ୍‌ଘାଟିତ ହୋଇଯାଇଛି । ଆନୁଷ୍ଠାନିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ବିଜେପି ସଦସ୍ୟ ପ୍ରଶାନ୍ତ କୁମାର କର ମୁଖ୍ୟ ଅତିଥି ଭାବେ ଯୋଗଦେଇ କରମର୍ଦ୍ଧନ ସହ କ୍ରୀଡାବିତ୍‌ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ତଥା ଯୁବମୋର୍ଚା ଜିଲ୍ଲା ସମ୍ପାଦକ ଡ଼ି. ସୁରେଶ ରେଡ୍ଡୀ, ଅଫ୍‌ତଫ୍‌ ଖାଁନ ତଥା ଏହି ଅଞ୍ଚଳର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଉଦ୍‌ଘାଟନୀ ମେଚରେ ସୋନପୁର ଦଳ ସହ ଆଞ୍ଚଳିକ ଦଳ ଖେଳିଥିଲେ ।

Leave A Reply

Your email address will not be published.