oom

ଡେଲାଙ୍ଗରେ ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭିନ୍ନକ୍ଷମମାନଙ୍କୁ ଚିହ୍ନଟିକରଣ ଓ ସେମାନଙ୍କୁ ସଶକ୍ତିକରଣ କରିବା ଲକ୍ଷ୍ୟ ନେଇ ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ପୁରୀ ଜିଲ୍ଲା ସମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଗୁରୁବାର ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ବିଡ଼ିଓ ଦିଲ୍ଲୀପ କୁମାର ଷଡ଼ଙ୍ଗୀ, ଜିଲ୍ଲା ସମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ନାୟକ, ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ ତପନ କୁମାର ଦାସ ଓ ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁଙ୍କ ତତ୍ଵାବଧାନରେ ଅନୁଷ୍ଟିତ ହୋଇଯାଇଛି । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଅସ୍ତିଶଲ୍ୟ ବିଭାଗର ଡାକ୍ତର ସନ୍ତୋଷ କୁମାର ସାହୁ, ଡାକ୍ତର ଧର୍ମରାଜ ନାଜ, ମାନସିକ ବିଭାଗର ଡକ୍ଟର ରଜନୀକାନ୍ତ ଶୁକ୍ଳା, ଡାକ୍ତର ଅପର୍ଣ୍ଣା ମହାନ୍ତି, ଡାକ୍ଟର ଦେବାଶିଷ ବିଶ୍ବାଳ, ଡାକ୍ଟର ସସ୍ମିତା ମହାନ୍ତି ଓ ଇଏନ୍‌ଟି ବିଭାଗର ଡାକ୍ଟର ରବୀନ୍ଦ୍ର ଘଡେଇ, ଡାକ୍ଟର ଚନ୍ଦନ ମହାନ୍ତି ଓ ଚକ୍ଷୁ ବିଭାଗର ଡାକ୍ଟର ଜ୍ୟୋତ୍ସ୍ନା ତ୍ରିପାଠୀ, ବିଜୟ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଅସ୍ତିଶଲ୍ୟରେ ୧୨୯ଜଣ, କର୍ଣ୍ଣ, ନାସା, ଗଳାରେ ୪୫ ଜଣ ଓ ଚକ୍ଷୁରେ ୨୭ ଜଣ ଏବଂ ମାନସିକ ଅନଗ୍ରସରରେ ୪୬ ଜଣକୁ ପରୀକ୍ଷା କରିଥିଲେ । ଏହି ଶିବିରରେ ୨୪୭ ଜଣ ଭିନ୍ନକ୍ଷମ ପଞ୍ଜୀକରଣ କରିଥିଲେ । ବ୍ଲକ ଶିକ୍ଷାଧିକାରୀ ନିରଞ୍ଜନ ପାତ୍ର, ଏବିଇଓ ଯୁଧିଷ୍ଠିର ପରିଡ଼ା, ଜିପିଓ ରତିକାନ୍ତ ସାହୁ, ଭିନ୍ନକ୍ଷମ ଶିକ୍ଷା ପ୍ରଶିକ୍ଷକ ତିଳୋତ୍ତମା ସୁନ୍ଦରାୟ ସମେତ ଅଙ୍ଗନବାଡି କର୍ମୀ ଓ ମିଶନ ଶକ୍ତି ମହିଳା ମହାସଂଘର ସଦସ୍ୟାମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.