oom

ସଚେତନତା ଗ୍ରାମାଞ୍ଚଳ ଖାଉଟିଙ୍କର ସମସ୍ୟା ସମାଧାନ କରିବ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ତରଫରୁ ଗ୍ରାହକ ସଚେତନତା ପକ୍ଷ ପାଳନ ଅବସରରେ ଆଜି ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଶିକାବହେଙ୍ଗା ଗ୍ରାମରେ ପଂଚାୟତ ସ୍ତରୀୟ ବୈଠକରେ ଗ୍ରାହକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦିବା ଘ.୧୨ ସମୟରେ ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ସଭାପତି ଗୋପବନ୍ଧୁ ଶତପଥିଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପ୍ରଚାର ପ୍ରସାର ପ୍ରମୁଖ ଇଂ. କିଶୋର ମୋହନ ମିଶ୍ର, ପଂଚାୟତର ସଂଗଠନ ମନ୍ତ୍ରୀ ଓକିଲ ଅଶୋକ କୁମାର ମିଶ୍ର, ସାଧାରଣ ସଂପାଦକ ଅଶୋକ ମିଶ୍ର, ଗ୍ରା.ପ.ର ନାଏବ ସରପଂଚ ମୋହନ ପଟେଲ ପ୍ରମୁଖ ଯୋଗଦେଇ ଗ୍ରାହକ ସଚେତନତା ଦିଗରେ ବକ୍ତବ୍ୟ ରଖି ଗ୍ରାମାଞ୍ଚଳ ଉପଭୋକ୍ତା ସଚେତନ ହେଲେ ଗ୍ରାମାଞ୍ଚଳର ଅନେକ ସମସ୍ୟା ସମାଧାନ ହୋଇପାରିବ ବୋଲି କହିବା ସଙ୍ଗେ ସଙ୍ଗେ ଦୈନନ୍ଦିନ ଜୀବନରେ ହେଉଥିବା ଯେକୌଣସି ସମସ୍ୟା ସଂଗଠିତ ଉଦ୍ୟମରେ ସମାଧାନ ହୋଇପାରିବ ବୋଲି କହିଥିଲେ । ଉପସ୍ଥିତ ମହିଳାମାନଙ୍କ ମଧ୍ୟରୁ ସୁମତି ପଟେଲ ଓ ବିଳାସିନି ମିଶ୍ର ସେମାନଙ୍କର ପ୍ରଶ୍ନ ଉତ୍ତର ମାଧ୍ୟମରେ ସନ୍ଦେହ ମୋଚନ କରିଥିଲେ । ଶେଷରେ କୋଷାଧ୍ୟକ୍ଷ ନବକୃଷ୍ଣ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ଆରମ୍ଭରେ ଦୀପ ପ୍ରଜ୍ଜଳନ, ପୂଜାର୍ଚ୍ଚନା ଓ ଶେଷରେ ଶାନ୍ତିପାଠ ପରେ ସମାପନ ହୋଇଥିଲା ।

jittmm
Leave A Reply

Your email address will not be published.