କବିତା ଝଙ୍କାରର ବାର୍ଷିକ ମହୋତ୍ସବ

ସମ୍ବଲପୁର, (କରୁଣାକର ଶତପଥୀ) : ସମ୍ବଲପୁର ଜିଲ୍ଲା ସାଂସ୍କୃତିକ ସମାଜ ଭବନଠାରେ ‘କବିତା ଝଙ୍କାର ସାହିତ୍ୟ ସଂସଦ’ର ବାର୍ଷିକ ମହୋତ୍ସବ ପାଳିତ ହୋଇଯାଇଛି । କବିତା ଝଙ୍କାର ସାହିତ୍ୟ ଅନୁଷ୍ଠାନର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବରେ ଓଡିଶା ଅର୍ଥ ସେବାର ଉପଶାସନ ସଚିବ ଡା. ସଂଗ୍ରାମ କେଶରୀ ସାମନ୍ତରାୟ ଓ ମୁଖ୍ୟବକ୍ତା ଭାବରେ ରାଜ୍ୟପୁରସ୍କାର ପ୍ରାପ୍ତ ସମାଜସେବୀ ତଥା ଲେଖକ ରାମ ନାରାୟଣ ଦାଶ ଯୋଗଦେଇଥିଲେ । ସମ୍ବଲପୁରୀ ଭାଷା ସାହିତ୍ୟର ତୁଙ୍ଗ ବ୍ୟକ୍ତିତ୍ଵ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ କବି ତଥା ନାଟ୍ୟକାର ବିନୋଦ କୁମାର ପଶାୟତଙ୍କୁ ପୂଜ୍ୟପିତା ରୂପେ ସମ୍ମାନୀତ କରାଯାଇଥିଲା । ସମ୍ମାନୀତ ଅତିଥି ଭାବରେ କବିତା ଝଙ୍କାରର ମୁଖ୍ୟଉପଦେଷ୍ଟା ରବିଚନ୍ଦ୍ର ପଶାୟତ, ବିଶିଷ୍ଟ କବି ଶୁଭ୍ରାଂଶୁ ଶେଖର ପଣ୍ଡା, କବି ସଂଜୟ କୁମାର ତ୍ରୀପାଠି, ଆପ୍ରାଇଜ ସାଇନସ କଲେଜ ପ୍ରିନସିପାଲ ରଜତ କୁମାର ପଣ୍ଡା, କବି ଲକ୍ଷ୍ମୀ ନାରାୟଣ ହୋତା ପ୍ରମୁଖ ଯୋଗଦେଇ ଭାଷା ସାହିତ୍ୟର ବିକାଶ ଓ ବିସ୍ତାର ସମୟ ସହିତ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ମତ ରଖିଥିଲେ । ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ପ୍ରୟାଗ’, କବି କୃଷ୍ଣ ଚନ୍ଦ୍ର ବାରିକଙ୍କ ‘ଶଠ ଶବରୀ’, ଡା. ସଂଗ୍ରାମ କେଶରୀ ସାମନ୍ତରାୟଙ୍କ ‘ପରିବର୍ତନ କବିତା ସମ୍ଭାର’ ଓ କବୟତ୍ରୀ ଯଶୋବନ୍ତୀ ବାରିକଙ୍କ ‘ଅହଲ୍ୟାର ଆର୍ତ୍ତସ୍ୱର’ ପ୍ରଭୃତି କବିତା ସଂକଳନର ଅତିଥୁବୃନ୍ଦଙ୍କ ଦ୍ବାରା ଶୁଭ ଉନ୍ମୋଚିତ ହୋଇଥିଲା । ସଂପାଦକ ଶିବାତ୍ମକ ପଣ୍ଡା ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ । ସ୍ରୋତସ୍ଵିନୀ କବିତା ଝଙ୍କାରର ସଂପାଦକ ଚୁନିଳ କୁମାର ଗଙ୍ଗଦେବ ଅତିଥି ପରିଚୟ କରିଥିବା ବେଳେ ସୁଜ୍ଞାନ ବାଗ ଓ ପ୍ରମୋଦିନୀ ଦେଇ ଉଭୟେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଉଚ୍ଚକୋଟୀର ଲେଖନୀ ଚାଳନାରେ ନିଜସ୍ବ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା କବି ହୃଷିକେଶ ଡାଙ୍ଗ, ଚନ୍ଦ୍ରମଣି ବାଘ, ବଂଶୀଧର ପଶାୟତ, ସାଗର କୁମାର ପରିଡା, ନଗେନ୍ଦ୍ର କୁମାର ରାଉତ, ଚୁନିଲ କୁମାର ଗଙ୍ଗଦେବ, କବୟତ୍ରୀ ଯଶୋବନ୍ତୀ ବାରିକ, ସୁଦୃମା ପଣ୍ଡା, ପୁଷ୍ପଲତା ମିଶ୍ର, ବଲ୍ଲବୀ ବନଛୋର, ଭକ୍ତବନ୍ଧୁ ମେହେର, ଝରଣା ତନ୍ତ୍ରୀ ପ୍ରମୁଖଙ୍କୁ ‘କବିତା ଝଙ୍କାର ସମ୍ମାନ’ରେ ସମ୍ମାନୀତ କରାଯାଇଥିଲା । ଦ୍ଵିତୀୟ ଅଧିବେଶନରେ କବି ଦୁର୍ୟ୍ୟୋଧନ ପଶାୟତଙ୍କ ସଭାପତିତ୍ଵରେ ଆୟୋଜିତ ହୋଇଥିବା କବିତା ପାଠୋତ୍ସବରେ କବି ପ୍ରଫୁଲ୍ଲ ପଧାନ, ପବିତ୍ର ବେହେରା, ରୋନିସ ବହିଦାର, କବୟତ୍ରୀ ଶିବାନୀ ପଣ୍ଡା ପ୍ରମୁଖ ନିଜସ୍ୱ କବିତା ପାଠ କରିଥିଲେ । ଶେଷରେ ପ୍ରବାସୀ କବିତା ଝଙ୍କାରର ସଂପାଦକ ସୁବ୍ରତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ଶ୍ରୀତମ କୁମାର ବାରିକ, ଚିତ୍ତରଞ୍ଜନ ପଲେଇ, ଆଦିତ୍ୟ ଠେଲା କାର୍ୟ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.