ଚତୁର୍ଥ ଦିନରେ ଖଙ୍କିରା କପ୍‌ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଢେଙ୍କାନାଳ, (ତାପସ ଦାସ) : ଗଁନ୍ଦିଆ ବ୍ଲକ ଅଧିନସ୍ଥ ଖଙ୍କିରାଠାରେ ଚାଲିଥିବା ୨୯ତମ ଖଙ୍କିରା କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଚତୁର୍ଥ ଦିନର ଖେଳ ଏମ୍‌ସିସି କଟକ ସହ ମାର୍ଥା ପୁର (ଜିରାଜ)ର ଖେଳ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ୍‌ ଜିତି ଏମ୍‌ସିସି କଟକ ୧୫ ଓଭରରେ ୧୧୦ ରନ ସଂଗ୍ରହ କରିଥିଲା ଏହାର ଜବାବରେ ମାର୍ଥା ପୁର ୧୨ ଓଭରରେ ୧୧୨ ରନ ସଂଗ୍ରହ କରି ବିଜୟ ଲାଭ କରିଥିଲା । ଏହାପରେ ପୁନଃ ମାର୍ଥାପୁର ଓ ବାରକଣା ମଧ୍ୟରେ ୨ୟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମେ ଟସ୍‌ ଜିତି ମାର୍ଥାପୁର ଦଳ ୧୫ ଓଭରରେ ୪ଟି ଉଇକେଟରେ ୨୦୧ରନ ସଂଗ୍ରହ କରିଥିଲା ଏହାର ଜବାବରେ ବାରକଣା ଦଳ ୧୫ ଓଭର ସୁଦ୍ଧା ୧୨୦ରନ ସଂଗ୍ରହ କରି ପରାଜୟ ବରଣ କରିଥିଲା । ଆଜିର ଖେଳ ପରିଚାଳନା କରୁଥିଲେ ମନୋଜ ବ୍ରହ୍ମ ଓ ରାଜେଶ ସାହୁ ସ୍କୋର ଭାବେ ମିକୁ ଓ ରୁଦ୍ର ରହିଥିବା ବେଳେ କଂମେଟ୍ରୀ ଭାବେ ଚିକୁ ଭୂୟା ଥିଲେ । ଆଜିର ମ୍ୟାଚ କାଇ ମାଟି ଢେଙ୍କାନାଳ ସହିତ ସ୍କାଇଲି କ୍ରିକେଟ କ୍ଳବ କଟକ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ସୂତ୍ରରୁ ପ୍ରକାଶିତ ।

Leave A Reply

Your email address will not be published.