lika

ପିଏମ୍‌ ଆବାସ ଘର ଦାବୀରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ : ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ଧାରଣାରୁ ହଟିଲେ ଗ୍ରାମବାସୀ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ‘ଆମର ଦାବୀ ପୂରଣ ହେଉ, ଜିଲ୍ଲାପାଳଙ୍କୁ ଡକାଯାଉ’ ଏପରି କିଛି ନାରା ସହ ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ । ସୂଚନା ଅନୁସାରେ ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ଖାଲିଆପାଲି ପଞ୍ଚାୟତ ଅନ୍ତର୍ଗତ ଝାଙ୍କରପାଲି ଗ୍ରାମ ପ୍ରାୟ ୩୦୦ ପରିବାର ଥିବା ବେଳେ ବହୁ ଲୋକ ଗରିବ ସୀମା ଅନ୍ତର୍ଭୁକ୍ତ ତଥା ଦିନ ମଜୁରୀ ଓ ଚାଷ କାର୍ଯ୍ୟ ଉପରେ ଆଶ୍ରିତ । ହେଲେ ଏହି ଗ୍ରାମକୁ ପ୍ରାୟ ୪ ବର୍ଷ ହେଲା ଗୋଟିଏ ବି ପ୍ରଧାନମନ୍ତ୍ରୀ ଆବାସ କି ବିଜୁ ପକ୍କା ଘର ଅନ୍ତର୍ଗତ ଘର ମିଳି ନଥିବାରୁ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ଗ୍ରାମବାସୀ । ହେଲେ କୌଣସି ସୁଫଳ ନ ମିଳିବାରୁ ଆଜି ପଟଣାଗଡ଼-ପଦ୍ମପୁର ରାସ୍ତା ଝାଙ୍କରପାଲି ଛକ ନିକଟରେ ରାସ୍ତା ରୋକ କରିଛନ୍ତି ଗ୍ରାମବାସୀ । ଫଳରେ ସକାଳୁ ବହୁ ଯାନ ବାହାନ ଅଟକି ରହିଥିବା ବେଳେ ଘଟଣା ସ୍ଥଳରେ ରାଜବୋଡ଼ାସମ୍ବର ବ୍ଲକ ବିଡ଼ିଓ ଶଙ୍କର୍ଷଣ ବେହେରା ଆସି ବୁଝେଇବା ପାଇଁ ଚେଷ୍ଠା କରିଥିବା ବେଳେ ‘ବିଡ଼ିଓ ଗୋ ବେକ ପ୍ରହସନ ଚାଲିବ ନାହିଁ’ ବୋଲି ନାରା ଦେଇଛନ୍ତି ଗ୍ରାମବାସୀ । ‘ବିଡ଼ିଓ ଗୋ ବେକ, ଆମର ଦାବୀ ପୂରଣ ହେଉ, ଜିଲ୍ଲାପାଳଙ୍କୁ ଡ଼କାଯାଉ’ ଏପରି କିଛି ନାରା ସହ ଗ୍ରାମବାସୀ ରାସ୍ତା ରୋକ କରିଥିବା ବେଳେ ପଦ୍ମପୁର ଉପଜିଲ୍ଲାପାଳ ତ୍ରିଲୋଚନ ପାତ୍ର ଧାରଣା ସ୍ଥଳକୁ ଆସି ଆଗାମୀ ପର୍ଯ୍ୟାୟରେ ଝାଙ୍କରପାଲି ଗ୍ରାମବାସୀଙ୍କୁ ଆବାସ ଯୋଜନାରେ ଅଗ୍ରାଧିକାର ଦିଆଯିବ ବୋଲି ଲିଖିତ ପ୍ରତିଶୃତି ପରେ ରାସ୍ତା ରୋକରୁ ହଟିଛନ୍ତି ଗ୍ରାମବାସୀ ।

sandip
Leave A Reply

Your email address will not be published.