ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କାର୍ଯ୍ୟକ୍ରମ

ବରଗଡ଼, (ନିରୋଜ କୁମାର ପାଣୀ) : ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ସଂକଳ୍ପ ପରିବାର ତରଫରୁ ଶୀତ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଆସନ୍ତା ଶନିବାର ଓ ରବିବାର ତା ୨୫/୧୨/୨୦୨୧ ଓ ୨୬/୧୨/୨୦୨୧ ଦୁଇଦିନ ଧରି ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବରଗଡ଼ ଥାନା ଛକଠାରେ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମରେ ଅସହାୟ, ନିଷ୍ପେସିତ ତଥା ମାନସିକ ବିକୃତ ଲୋକମାନଙ୍କ ପାଇଁ ଶୀତ ବସ୍ତ୍ର ସଂଗ୍ରହ ଓ ବଣ୍ଟନ କରାଯିବ । ସଂକଳ୍ପ ପରିବାର ପକ୍ଷରୁ କୁହାଯାଇଛି ଯେ, ସମସ୍ତଙ୍କୁ ଅନୁରୋଧ ଆପଣଙ୍କ ପାଖରେ ଯଦି ଅଧିକ ଥାଏ ତା’ହେଲେ ଦେଇକି ଯିବେ ଓ ଦରକାର ଥିଲେ ନେଇକି ଯିବେ । ବର୍ତ୍ତମାନ ହାଡ଼ଭଙ୍ଗା ଶୀତକୁ ଦୃଷ୍ଟିରେ ରଖି ସଂକଳ୍ପ ପରିବାର ତରଫରୁ ଏହି କାର୍ଯ୍ୟକ୍ରମଟି ଆୟୋଜନ କରାଯାଉଛି । ଏହି ଛୋଟିଆ ପ୍ରୟାସରେ ସାମିଲ ହେବା ଓ ସହଯୋଗର ହାତ ବଢ଼ାଇବା ପାଇଁ ବରଗଡ ସଂକଳ୍ପ ପରିବାରର ମୁଖ୍ୟ ବିକାଶ ଅଗ୍ରୱାଲ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.