ଗ୍ଲୋବାଲ ୱାର୍ମିିିଙ୍ଗ ଉପରେ ଆଲୋଚନା ଚକ୍ର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସେଭ ଦି ଆର୍ଥ ଫାଉଣ୍ଡେସନ, ବୋଳକଣା ଏବଂ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଗ୍ଲୋବାଲ ୱାର୍ମିଙ୍ଗ (ବିଶ୍ୱତାପାୟନ) ଉପରେ ଆଲୋଚନା ଚକ୍ର ଅନୁଷ୍ଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ବେହେରା ସଭାପତିତ୍ୱ କରିଥିଲେ । ଏହି ଆଲୋଚନା ଚକ୍ରରେ ସମ୍ମାନିତ ଅତିଥି ରୂପେ ଫାଉଣ୍ଡେସନର ପ୍ରତିଷ୍ଟତା ତଥା ପ୍ରକୃତି ବନ୍ଧୁ ବିଶ୍ୱଜିତ ପରିଡା, ଶିକ୍ଷୟିତ୍ରୀ କବିତା ପ୍ରଧାନ, ସସ୍ମିତା ମହାରଣା, ନର୍ମଦା ନାୟକ ପ୍ରମୁଖ ଯୋଗଦେଇ ବିଶ୍ୱତାପାୟନ ବୃଦ୍ଧି ଦ୍ୱାରା ଜଳବାୟୁ ପରିବର୍ତ୍ତନ ହେବା ସହ ଜୀବଜଗତ ତଥା ପରିବେଶ ଉପରେ କିପରି କୁପ୍ରଭାବ ପଡୁଛି ତା ଉପରେ ଆଲୋକପାତ କରିଥିଲେ । ପିଲାମାନଙ୍କ ମଧ୍ୟରେ ଗ୍ଲୋବାଲ ୱାର୍ମିଙ୍ଗ (ବିଶ୍ୱତାପାୟନ) ଉପରେ ଏକ ବକ୍ତୃତା ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପ୍ରଶଂସାପତ୍ର ଓ ପୁରଷ୍କାର ପ୍ରଦାନ କରାଯାଇଥିଲା । ଶେଷରେ ପରିବେଶ କର୍ମୀ ଶ୍ରୀ ପରିଡା ପିଲାମାନଙ୍କ ଜନ୍ମ ଦିନରେ ବୃକ୍ଷ ଲଗାଇ ତାହର ଯତ୍ନ ନେବା ପାଇଁ ଶପଥ ପାଠ କରାଇଥିଲେ । ପ୍ରଧାନଶିକ୍ଷକ ଶ୍ରୀ ବେହେରା ଧନ୍ୟବାଦ ଅପର୍ଣ କରିଥିଲେ ।

jittmm
Leave A Reply

Your email address will not be published.