oom

ସର୍ବଭାରତୀୟ ସ୍ତରରେ ଗଞ୍ଜାମର ଗାଙ୍ଗପୁର ଥାନା ଦ୍ୱିତୀୟ ସ୍ଥାନ

jsmm
  • ଗଞ୍ଜାମ ଏସ୍‌ପି ପ୍ରମୁଖ ପୋଲିସ ଅଧିକାରୀଙ୍କୁ କଲେ ସମ୍ବର୍ଦ୍ଧିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସର୍ବଭାରତୀୟ ସ୍ତରରେ ଭାରତର ରାଜଧାନୀ ନୂଆଦିଲ୍ଲୀ ସ୍ଥ ସଦରଥାନା ପ୍ରଥମ ସ୍ଥାନରେ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମର ଗାଙ୍ଗପୁର ଥାନା ଦ୍ୱିତୀୟସ୍ଥାନ ଅଧିକାର କରିଥିବା ନେଇ ଭାରତ ସରକାରଙ୍କ ଦ୍ୱାରା ପ୍ରଶଂସନୀୟ ହୋଇ ପଦକ ସମ୍ମାନରେ ପୁରସ୍କୃତ ହୋଇଥିବା ବିଷୟରେ ସମସ୍ତେ ଜ୍ଞାତ ଅଛନ୍ତି । ଏ ନେଇ ରାଜ୍ୟ ସରକାର ତଥା ଓଡିଶା ପୋଲିସ ମହାନିର୍ଦ୍ଦେଶକ ଖୁସିବ୍ୟକ୍ତ କରିଛନ୍ତି । ସେଥି ନିମନ୍ତେ ଗଞ୍ଜାମ ଜିଲ୍ଲାର ଗାଙ୍ଗପୁର ଥାନା ଅଧିକାରୀ ଏବଂ ଏସ୍.ଡ଼ି.ପି.ଓ.ଙ୍କୁ ସ୍ୱତନ୍ତ୍ର ଭାବେ ପୁରସ୍କୃତପ୍ରାପ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଗଞ୍ଜାମ ଏସ୍‌ପିଙ୍କ ସମ୍ମିଳନୀ କକ୍ଷରେ ଗତକାଲି ଏକ ସ୍ୱତନ୍ତ୍ର ସମାରୋହର ଆୟୋଜନ ହୋଇଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଅନୁମୋଦନ କ୍ରମେ ଗଞ୍ଜାମ ପୋଲିସ ଜିଲ୍ଲାର ବହୁ ପ୍ରମୁଖ ପୋଲିସ ଅଧିକାରୀଙ୍କ ସମେଳନ ହୋଇଥିଲା । ଦକ୍ଷତା ଭିତ୍ତିରେ ଗଞ୍ଜାମ ଜିଲ୍ଲାର ୧୪ ଜଣ ପୋଲିସ ପଦାଧିକାରୀଙ୍କ ସମେତ ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ ଏବଂ ଏସ୍.ଡ଼ି.ପି.ଓ. ଶୁଭ୍ରାଂଶୁ ଶେଖର ମିଶ୍ରଙ୍କୁ ଜିଲ୍ଲାସ୍ତରରୁ ସ୍ୱତନ୍ତ୍ର ଭାବେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ସମ୍ବର୍ଦ୍ଧିତ କରିଛନ୍ତି । ଗଞ୍ଜାମ ପୋଲିସ ଜିଲ୍ଲାସ୍ଥ (ଛତ୍ରପୁର) ମୁଖ୍ୟାଳୟ ଏସପିଙ୍କ କାର୍ଯ୍ୟାଳୟ ସମିଳନୀ କକ୍ଷରେ ଏହି ଅବସରରେ ୧୪ ଜଣ ପୁଲିସ ଅଧିକାରୀଙ୍କ ମଧ୍ୟରୁ ୪ଜଣ ଇନିସ୍ପେକ୍ଟର, ୫ ଜଣ ଏସ୍‌ଆଇ, ୪ ଜଣ କନେଷ୍ଟବଲ ଏବଂ ଆର୍ମର୍ଡ ପୋଲିସ ଫୋର୍ସର ସଞ୍ଜୟ କୁମାର ମଲ୍ଲିକ ସମ୍ବର୍ଦ୍ଧିତ ହୋଇଛନ୍ତି । ଡିଜିପିଙ୍କ ପ୍ରଶଂସିତ କ୍ରମେ ସେମାନଙ୍କୁ ଜିଲ୍ଲା ଏସପି ସମ୍ବର୍ଦ୍ଧିତ କରିଥିଲେ । ସମସ୍ତ ପୋଲିସ ଅଧିକାରୀ ଗାଙ୍ଗପୁର ଥାନା ଭଳି ସୁନାମ ଆଣିବା ନିମନ୍ତେ ପ୍ରୟାସ ଜାରୀ ରଖି ଦେଶର ଯଶ ରଖିବାକୁ ଗଞ୍ଜାମ ଏସ୍‌ପି ଆହ୍ୱାନ କରିଥିଲେ । ସୂଚନା ଯୋଗ୍ୟ ଦେଶର ଉତ୍ତମ ଥାନା ରୂପେ ଦ୍ୱିତୀୟ ଗାଙ୍ଗପୁର ଥାନାକୁ ଗୃହମନ୍ତ୍ରାଳୟ ଘୋଷଣା କରିଥିଲା । ନିକଟରେ ଲକ୍ଷ୍ନୌଠାରେ ଗୃହମନ୍ତ୍ରୀ ଆଇଆଇସିଙ୍କୁ ଆୱାର୍ଡ ରୂପେ ଟ୍ରଫି ଏବଂ ପ୍ରମାଣ ପତ୍ର ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.