jayashree

ଟାଉନ ଥାନା ହାଜତରେ ଯୁବକଙ୍କ ମୃତ୍ୟୁ ଘଟଣା : ବହୁଜନ ମିଳିତ ମଞ୍ଚର ବିକ୍ଷୋଭ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ତୋରା ଗ୍ରାମ ପଞ୍ଚାୟତ ତଳିପଡ଼ାର ଜଣେ ଯୁବକ ଗୋବିନ୍ଦ କୁମ୍ଭାର ପୋଲିସ ହେପାଜତରେ ଥିବା ବେଳେ ଗତ ସେପ୍ଟେମ୍ବର ୨୫ ତାରିଖ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ଉତ୍ତେଜନା ଲାଗି ରହିଛି । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ କରି ଜତକାଲି ବରଗଡ଼ ସହରରେ ବହୁଜନ ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ହୋଇଯାଇଛି । ମଞ୍ଚର ହଜାର ହଜାର ମହିଳା, ପୁରୁଷ ସ୍ଥାନୀୟ ଲୋକ ମଣ୍ଡପ ପଡ଼ିଆରେ ସମବେତ ହୋଇଥିଲେ । ସେଠାରୁ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ଏସ୍‌ପି ଅଫିସ ଛକ ଦେଇ ଜିଲ୍ଲାପାଳ ଅଫିସରେ ପହଞ୍ଚି ଗୋବିନ୍ଦଙ୍କ ମୃତ୍ୟୁରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଥିଲେ । ପ୍ରକାଶ ଥାଉକି, ଗତମାସ ୨୪ ତାରିଖ ବିଳମ୍ବିତ ରାତ୍ରିରେ ବରଗଡ଼ ଟାଉନ ଥାନା ପୋଲିସ ଗୋବିନ୍ଦଙ୍କୁ ଘରୁ ଉଠାଇ ଆଣିଥିଲା । ୨୫ତାରିଖ ସକାଳେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପରିବାର ଲୋକେ ତାଙ୍କ ମୃତଦେହ ଦେଖିବାକୁ ପାଇଥିଲେ । ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ ଫଳରେ ପୋଲିସ ଲାଠି ଚାଳନା ମଧ୍ୟ କରିଥିଲା । ଘଟଣାର ସମ୍ବେଦନଶୀଳତା ଦୃଷ୍ଟିରୁ ଏହି ଘଟଣାର ତଦନ୍ତ ପାଇଁ ଏସ୍‌ପି ରାହୁଲ ଜୈନ ମାନବାଧିକାର ସୁରକ୍ଷା ସେଲ(ଏଚ୍‌ଆରପିସି) ଏଡିଜିଙ୍କୁ ଅନୁରୋଧ କରିଥିଲେ । ଏହି କ୍ରମରେ ଏଚ୍‌ଆରପିସି ଏହି ଘଟଣାର ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.