oom

ସମାଜସେବୀ ଯଶୋବନ୍ତ ରଣାଙ୍କ ଅଭିଯୋଗ ପରେ ଗାଁକୁ ପହଁଞ୍ଚିଲା ମେଡିକାଲ ଟିମ୍‌

jsmm

ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକରେ ଅଚିହ୍ନ ରୋଗରେ ଲୋକେ ଆତଙ୍କିତ ହୋଇଥିଲେ । ଏଥିରେ ଗତ ଦୁଇମାସ ମଧ୍ୟରେ ୧୦ଜଣଙ୍କ ମୃତ୍ୟୁ ଘଟିଛି । ମୋହନା ବ୍ଲକ ଅଳିଣ୍ଡା ଗାଁରେ ଅଜଣା ରୋଗରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି । ପ୍ରଥମେ ଲୋକଙ୍କୁ ସାମାନ୍ୟ ଜ୍ୱର ହେଲା ପରେ ଏହା ବଢି ଚାଲିଲା । ଏହା ଫଳରେ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଥିଲେ । ଏହି ସମସ୍ୟା ବିଷୟରେ ବିଭିନ୍ନ ଖବର କାଗଜରେ ପ୍ରକାଶିତ ହେବା ପରେ କଳାହାଣ୍ଡିର ଯୁବ ସମାଜସେବୀ ଯଶୋବନ୍ତ ରଣା ଗଜପତି ଜିଲ୍ଲାପାଳ, ସ୍ଵାସ୍ଥ୍ୟ ବିଭାଗ, ସ୍ଵାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାଶଙ୍କ ଦୃଷ୍ଟି ଆକର୍ଷଣ କରି ସେମାନଙ୍କ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଗଜପତି ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ଅଳିଗଣ୍ଡା ଗାଁକୁ ମୋହନା ଡାକ୍ତରଖାନାରୁ ଡାକ୍ତର ନମିତା ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ଗସ୍ତକରି ସବୁକିଛି ଅନୁଧ୍ୟାନ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଲୋକଙ୍କୁ ଆବଶ୍ୟକ ସଚେତନ କରିବା ସହ ଲୋକଙ୍କ ଠାରୁ ରକ୍ତ ନମୁନା ସଂଗ୍ରହ କରିଛନ୍ତି । ସମସ୍ତ ଗ୍ରାମବାସୀଙ୍କୁ ଔଷଧ ଦେଇଛନ୍ତି । ଆଗାମୀ ଦିନରେ ସମସ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯିବ ବୋଲି ଜିଲ୍ଲାପାଳ ସମାଜସେବୀ ଯଶୋବନ୍ତ ରଣାଙ୍କୁ ସୂଚନା ଦେଇଛନ୍ତି । ଯଶୋବନ୍ତ ରଣାଙ୍କ ଏହିପରି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରଯୋଇଛି ।

jittmm
Leave A Reply

Your email address will not be published.