oom

ମହିଳା ଓ ଛାତ୍ରୀମାନଙ୍କୁ ସୁରକ୍ଷା ଦେବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ବିଜେପି ମହିଳା ପ୍ରତିନିଧି ଦଳ

jsmm

ଅନଗୁଳ : ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଗତ ଦୁଇ ଦିନ ତଳେ ଫୁଲପଡା ପଞ୍ଚାୟତ ଗିରିଧିବାସିଆ ଗ୍ରାମରେ ବାଳିକାକୁ ନୃସିଂହ ଭାବରେ ଗଣଦୁଷ୍କର୍ମ କରି ହତ୍ୟା କରାଯାଇଥିଲା । ବିଜେପିର ମହିଳା ପ୍ରତିନିଧି ଦଳ ଉକ୍ତ ଗ୍ରାମକୁ ଯାଇ ପାରି ପାର୍ସୀକ ଅବସ୍ଥା ଯାହା ଦେଖିଲେ ଯେ, ଗ୍ରାମରେ ପ୍ରଚୁର ମାତ୍ରାରେ ମଦ ବିକ୍ରି କରି ଯୁବ ପିଢିଙ୍କୁ ବିପଥ ଗାମୀ କରୁଛନ୍ତି । ଯେଉଁ ଦୋଷୀ ଧରା ପଡିଛନ୍ତି । ସେମାନେ ମଦ ପିଇ ନିଶାସକ୍ତ ହୋଇ ଏହି ପରି କାଣ୍ଡ କରୁଛନ୍ତି । ସେଥିପାଇଁ ବିଜେପି ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲପାଳଙ୍କୁ ଜଣାଇଥିଲେ ଯେ, ଅନୁଗୁଳ ଜିଲ୍ଲାରେ ମଦ କାରବାରକୁ ବନ୍ଦ କରାଯାଉ । ଉକ୍ତ ଦୈନିକ ବାଳିକାଙ୍କ ପରିବାରକୁ ଜିଲ୍ଲା ପ୍ରଶାସନ ତରଫରୁ କ୍ଷତି ପୂରଣ ବାବଦକୁ ତିରିଶି ଲକ୍ଷ ଟଙ୍କା ପ୍ରଦାନ କରାଯାଉ । ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରାଯାଉ ଦୁଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରାଯାଉ । ଏହି ପ୍ରତିନିଧି ଦଳରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର, ଜିଲ୍ଲା ଉପସଭାନେତ୍ରୀ ସୁଜାତା ଦାସ, ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରୋଜାଲିନ ଦାସ, ଜିଲ୍ଲା ସମ୍ପାଦକ ନମିତା ଦଳବେହେରା, ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସରିତା ମିଶ୍ର, ବିଜେପି ନେତା ଚନ୍ଦ୍ରକାନ୍ତ ଧଳ ଉପସ୍ଥିତ ରହିଥିଲେ ।

jittmm
Leave A Reply

Your email address will not be published.