oom

ମର୍ମନ୍ତୁଦ ଦୁର୍ଘଟଣା : ମାଆ ସହ ୨ ଶିଶୁଙ୍କ ମୃତ୍ୟୁ, ୨ ଗୁରୁତର

jsmm

କଳାହାଣ୍ଡି, (କେ.ପି ସାହୁ) : କଳାହାଣ୍ଡି ଜିଲ୍ଲା କେସିଙ୍ଗାରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ମାଆ ସହ ୨ ଶିଶୁ ମୃତ୍ୟୁ ବରଣ କରିଥିବା ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ଭବାନୀପାଟଣାରୁ ଟିଟିଲାଗଡ଼ ନିଜ ଘରକୁ ଏକ ସୁଇଫ୍ଟ ଡିଜାୟର କାର୍‌ରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇ କାରଟି କେସିଙ୍ଗା ଥାନା ଅନ୍ତର୍ଗତ ଏନ୍‌ଏଚ୍‌ ୨୬ନିକଟରେ ଏକ ତାଳ ଗଛରେ ପିଟି ହୋଇଥିବା ବେଳେ କାରର୍‌ରେ ଥିବା ମାଆ ସହ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ୨ ଜଣ ଗୁରୁତର ଅବସ୍ଥାରେ ତାଙ୍କୁ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି କରିଯାଇଥିବା ଜଣାପଡ଼ିଛି । ତେବେ ମୃତକ ହେଲେ ଆନନ୍ଦିନୀ ମିଶ୍ର (୩୮), ରୋଜି ଦାସ (୧୧), ଏଲି ଦାସ (୯) ।

jittmm
Leave A Reply

Your email address will not be published.