କଣମଣା ସ୍କୁଲରେ ବିଶ୍ୱ ପରିବେଶ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ଗ୍ରାମପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆନୁକୂଲ୍ୟରେ ବିଶ୍ଵପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କେତେକ ଗୁଳ୍ମ ଓ ବୃକ୍ଷ ଜାତୀୟ ଚାରା ରୋପଣ କରାଯାଇଛି । ଏହି ମହତ୍ୱପୂର୍ଣ୍ଣ ଦିବସରେ ବୃକ୍ଷର ଉପକରିତା ଓ ଅମ୍ଳଜାନ ପୂର୍ଣ୍ଣ-ମୁକ୍ତବାୟୁ, ସବୁଜିମାର ଅଦର୍ଶତା ଯେପରି ସ୍ୱାସ୍ଥ୍ୟପ୍ରତି ଅନୁକୁଳ ଅଟେ, ତାହାରି ଉପରେ ବର୍ଣ୍ଣନା କରି ମୁଖ୍ୟଅତିଥି ଗୋଷ୍ଠୀ ଶିକ୍ଷାଧିକାରୀ ଅବିନାଶ ଶତପଥି ତାତ୍ତ୍ଵିକ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥୀ ଭାବେ ପରିବେଶବିତ ବି.ଭେଙ୍କେଟ ରବାଣା, କଣମଣା ସିଆରସିସି କମଳ ବେହେରା, ଛତ୍ରପୁର ଏନଏସି କ୍ଳଷ୍ଟର ସିଆରସିସି ଶ୍ରୀମତୀ ରୀତା ରଥ, କାଲିପଲ୍ଲୀ ସ୍କୁଲର ସହକାରୀ ଶିକ୍ଷକ କୃଷ୍ଣଚନ୍ଦ୍ର ଦାସ, ଟାକିରିଆ ବ୍ରହ୍ମପୁର ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଡ଼ଃ. ଜେ. କୁର୍ମା ରାଓ, ଶିକ୍ଷୟିତ୍ରୀ ରୀତା ବାଇ ପାତ୍ର, ମିନାକ୍ଷୀ ମିଶ୍ର, ବିଦ୍ୟାଳୟର ପାଚିକା ସହାୟିକା ଚିନ୍ମୟୀ, ରାଜେଶ୍ୱରୀ ପ୍ରମୁଖ ଏହି କାର୍ୟ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ ସାଂଗକୁ ପରିଚାଳନା କରିଥିଲେ । ଏହି ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜିତ ସେଠୀ ଏହି ସମସ୍ତ କାର୍ୟ୍ୟକ୍ରମର ଆୟୋଜନ ଓ ପରିଚାଳନା କରିଥିବା ହେତୁ ସମସ୍ତେ ଭୂୟସୀ ପ୍ରସଂଶା କରିଥିଲେ ।

Leave A Reply

Your email address will not be published.