csstore

ବାତ୍ୟା ଆଶ୍ରୟସ୍ଥଳି ବୁଲି ଦେଖିଲେ ଡେଲାଙ୍ଗ ବ୍ଲକ ପ୍ରଶାସନୀକ ଅଧିକାରୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବାତ୍ୟା ୟାସର ଭୟାଭୟତାକୁ ଦୃଷ୍ଟି ରଖି ବ୍ଲକ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ, ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ର ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତରିତ କରାଯାଇଥିଲା । ଗୋଟେପଟେ ମହାମାରୀ କରୋନା ଅନ୍ୟପଟେ ବାତ୍ୟା ୟାସକୁ ନେଇ ଲୋକମାନେ ପୁରା ଭୟଭିତ ହୋଇ ରହିଥିବା ବେଳେ ଆଜି ଡେଲାଙ୍ଗ ବିଡିଓ ଦିଲ୍ଲୀପ କୁମାର ଷଡଙ୍ଗୀ, ତହସିଲଦାର ମହେନ୍ଦ୍ର କୁମାର ବଢେଇଙ୍କ ସହ ଆଇଆଇସି ରଶ୍ମି ରଜଂନ ପଟ୍ଟନାୟକ ଘନିପୁର ପଚାଂୟତ ବାତ୍ୟା ଆଶ୍ରୟସ୍ଥଳ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠରେ ପହଂଚି ଏଠାରେ ଆଶ୍ରୟ ନେଇଥିବା ଘନିପୁର, ଗୋପପାଟ୍ଟଣା ଓ ଯୋରକଣୀ ଗ୍ରାମର ୫୫ ଜଣ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ସହ କୋଭିଡ ନିୟମ ପାଳନ କରିବା ପାଇଁ କହିଥିଲେ । ଯୁବ ସମାଜସେବୀ ତପନ କୁମାର ରାୟଙ୍କ ତତ୍ୱାବଧନରେ ସରପଚଂ ଲକ୍ଷ୍ମୀଧର ବେହେରା, ସମିତିସଭ୍ୟା କାଚଂନବାଳା ବେହେରା, ଶିକ୍ଷକ ଅଭିମନ୍ୟୁ ସିଂହ ଏହାକୁ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ଅନ୍ତେବାସୀଙ୍କୁ ଶୁଖିଲା /ରନ୍ଧା ଖାଦ୍ୟ ଦିଆଯାଇଛି ଏବଂ ଅପରାହ୍ନରେ ଲୋକମାନେ ନିଜ ଘରକୁ ଫେରି ଯିବେ ବୋଲି ନୋଡାଲ ଅଫିସର ଅନିରୂଧ ସ୍ୱାଇଁ ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.