jayashree

କୋଭିଡ ସଂକ୍ରମଣକୁ ପ୍ରତିହତ ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା : ଘରକୁ ଘର ବୁଲି କୋଭିଡ ସଚେତନତା ଅଭିଯାନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କୋଭିଡ ମହାମାରୀର ଦ୍ରୁତ ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ତରଫରୁ ଆବଶ୍ୟକ ପଦକ୍ଷେପ ସ୍ୱରୂପ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ, ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ପ୍ରମୁଖ ଘରକୁ ଘର ବୁଲି କୋଭିଡ ସମ୍ୱନ୍ଧୀୟ ମାର୍ଗଦର୍ଶିକାର ଅନୁପାଳନ ପାଇଁ ସଚେତନତା କରିବା ସହ ବ୍ୟକ୍ତିଗତ କୋଭିଡ ପରୀକ୍ଷା ଓ ଉପଯୁକ୍ତ ସମୟରେ ଆକ୍ରାନ୍ତଙ୍କୁ ବ୍ୟବସ୍ଥିତ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ପ୍ରେରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି । ଏହି କାର୍ଯ୍ୟକ୍ରମକୁ ସୁବ୍ୟବସ୍ଥିତ ଓ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଥା- ରେଆର, ଗ୍ରାମ ଉତଥାନ, ହେଲ୍ପ ଟୁ ଅଦର,ଏକସନଏଡ଼, ଏସ ଏସ ଆଇ ୱାଇ ଏ, ଯୁବ ମହାସଂଘ-ଉଲୁଣ୍ଡାର କର୍ମକର୍ତା, ସ୍ୱାସ୍ଥ୍ୟ ବିଭାଗୀୟ କର୍ମଚାରୀ ପ୍ରମୁଖ ସମ୍ପାଦନ କରୁଥିବା ବେଳେ ଏହି କାର୍ଯ୍ୟକ୍ରମରେ ଜନସାଧାରଣ ପୂର୍ଣ୍ଣ ସହଯୋଗ କରିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.